26.1 C
Bhubaneswar
Wednesday, December 17, 2025
Homeଖେଳବର୍ଷା ଧୋଇଦେଲା ମ୍ୟାଚ୍‌; ପଏଣ୍ଟ ଭାଗ କଲେ ପଞ୍ଜାବ, କୋଲକାତା

ବର୍ଷା ଧୋଇଦେଲା ମ୍ୟାଚ୍‌; ପଏଣ୍ଟ ଭାଗ କଲେ ପଞ୍ଜାବ, କୋଲକାତା

କୋଲକାତା: ଭାରତୀୟ କ୍ରିକେଟ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୪୪ତମ ମ୍ୟାଚ୍ ବର୍ଷା ଯୋଗୁ ଧୋଇଯାଇଛି। ଶନିବାର କୋଲକାତାର ଇଡେନ ଗାର୍ଡେନ୍ ଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ର କୌଣସି ପରିଣାମ ନବାହାରିବାରୁ ଉଭୟ ଦଳ (୧-୧) ପଏଣ୍ଟ ସେୟାର କରିନେଇଛନ୍ତି। ପଞ୍ଜାବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ପ୍ରିୟାଂଶ ଆର୍ଯ୍ୟା ଓ ପ୍ରଭସିମରନ ସିଂହ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ। ପ୍ରିୟାଂଶ ୬୯ ରନ କରିଥିବାବେଳେ ପ୍ରଭସିମରନ ୮୩ ରନ୍ କରିଥିଲେ। ଉଭୟ ପ୍ରଥମ ୱିକେଟ ଯୋଡ଼ିରେ ୧୨୦ ରନ୍ କରିଥିଲେ। ପରେ ପଡ଼ିଆକୁ ଓହ୍ଲାଇଥିବା ଅଧିନାୟକ ଶ୍ରେୟାସ ଆୟର ଅପରାଜିତ ୨୫ ରନ୍ କରିଥିବା ବେଳେ ଜୋସ୍ ଇଂଲିଶ ୧୧ ରନ୍ କରିଥିଲେ। ଫଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଆଗରେ ୨୦୨ ରନ୍‌ର ଏକ ବିଶାଳ ଲକ୍ଷ୍ୟ ରଖିଥିଲା ପଞ୍ଜାବ। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୨୦୧ ରନ କରିଥିଲା। ୨୦୨ ରନ୍‌ର ଲକ୍ଷ୍ୟ ନେଇ ପଡିଆକୁ କୋଲକାତା ବ୍ୟାଟ୍ସମ୍ୟାନ୍ ଓହ୍ଲାଇଥିଲେ। କିିନ୍ତୁ ଏହି ସମୟରେ ବର୍ଷା ପୁରା ମ୍ୟାଚ୍‌କୁ ପ୍ରଭାବିତ କରିଦେଇଥିଲା। ମାତ୍ର ଗୋଟିଏ ଓଭର ହିଁ ବଲ୍ ପଡ଼ିଥିଲା। ୬ ବଲ୍‌ରେ କୋଲକାତାର ୨ ଓପ୍ନର ସୁନିଲ ନାରିନ୍ ଏବଂ ଗୁରୁବାଜ୍ ଦଳ ପାଇଁ ୭ ରନ୍ କରିପାରିଥିଲେ। ଦୀର୍ଘ ସମୟ ଧରି ବର୍ଷା ଜାରି ରହିବା ପରେ ମ୍ୟାଚ୍ ଅମୀମାଂସିତ ଘୋଷିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking