16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆରବ ସାଗରରେ ପାକିସ୍ତାନର ଫାୟାରିଂ ଡ୍ରିଲ୍

ଆରବ ସାଗରରେ ପାକିସ୍ତାନର ଫାୟାରିଂ ଡ୍ରିଲ୍

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନ ମଧ୍ୟ ଆରବସାଗରରେ ଆରମ୍ଭ କଲା ଫାୟାରିଂ ଡ୍ରିଲ ଆରମ୍ଭ କରିଛି। ପହଲଗାମ ହତ୍ୟାକାଣ୍ଡ ପରେ ଭାରତର କାର୍ଯ୍ୟାନୁଷ୍ଠାନରେ ଭୟଭୀତ ପାକିସ୍ତାନ ଗୱାଦର ବନ୍ଦର ନିକଟରେ କ୍ଷେପଣାସ୍ତ୍ର ମାଡ଼ ଅଭ୍ୟାସ ଆରମ୍ଭ କରିଛି। ତେବେ ପାକିସ୍ତାନର ଏହି କାର୍ଯ୍ୟାନୁଷ୍ଠାନର ଜବାବରେ, ଭାରତୀୟ ନୌସେନା ଯୁଦ୍ଧଜାହାଜ ଆଇଏନ୍‌ଏସ୍ ବିକ୍ରାନ୍ତ’କୁ ସାମ୍ନାକୁ ଆଣିଛି। ଆଇଏନ୍‌ଏସ୍ ବିକ୍ରାନ୍ତ’ ନିଜ ଭିତରେ ଏକ ବଡ଼ ଆର୍ମି ଭାବେ ବିବେଚନା କରାଯାଏ।

ଏଥିରେ ଏମ୍‌ଆଇଜି-୨୯ ଭଳି ଲଢ଼ୁଆ ବା ଯୁଦ୍ଧ ବିମାନ ସହ ଲଢ଼ୁଆ ହେଲିକପ୍ଟରଗୁଡ଼ିକୁ ନିୟୋଜିତ କରାଯାଇଛି। କେବଳ ସେତିକି ନୁହେଁ ଆଇଏନ୍‌ଏସ୍ ବିକ୍ରାନ୍ତରେ ନିୟୋଜିତ ହେବାକୁ ଥିବା ୨୬ଟି ରାଫାଲ ଯୁଦ୍ଧବିମାନର ସାମୁଦ୍ରିକ ସଂସ୍କରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ନୌସେନାର କରୱାର ନୌସେନା ଘାଟିରୁ ଆଇଏନ୍‌ଏସ୍ ବିକ୍ରାନ୍ତ ଏବେ ଆରବସାଗର ଅଭିମୁଖେ ଯାତ୍ରା ଆରମ୍ଭ କରିଛି, ଯାହାର ସାଟେଲାଇଟ ଚିତ୍ର ସାମ୍ନାକୁ ଆସିଛି। ଏହି ବିମାନ ବାହକ ତଥା ଲଢ଼ୁଆ ଜାହାଜର ଷ୍ଟ୍ରାଇକ ଫୋର୍ସ ରେଞ୍ଜ ୧୫୦୦ କିଲୋମିଟର। ଏହା ୬୪ଟି ବାରାକ କ୍ଷେପଣାସ୍ତ୍ର ସହିତ ସଜ୍ଜିତ, ଯାହା ଜାହାଜରୁ ଆକାଶ ମାର୍ଗରେ ମଧ୍ୟ ଆକ୍ରମଣ କରିବାକୁ ସକ୍ଷମ। ଆଇଏନ୍‌ଏଓ୍ ବିକ୍ରାନ୍ତ ଏହାର ଶକ୍ତି ଏବଂ କ୍ଷମତା ଯୋଗୁଁ ବିଶ୍ୱର ଶ୍ରେଷ୍ଠ ୧୦ ବିମାନ ବାହକ ଯୁଦ୍ଧଜାହାଜରେ ସାମିଲ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking