23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶୟୁକ୍ରେନ୍ ଉପରେ ରୁଷ୍‌ର ରାତିଅଧିଆ ଆକ୍ରମଣ

ୟୁକ୍ରେନ୍ ଉପରେ ରୁଷ୍‌ର ରାତିଅଧିଆ ଆକ୍ରମଣ

ମସ୍କୋ,କିଭ୍‌: ରୁଷ୍ ପକ୍ଷରୁ ପୁଣିଥରେ ୟୁକ୍ରେନ୍ ଉପରେ ଏକ ଭୟାବହ ଆକ୍ରମଣ ହୋଇଛି। ରିପୋର୍ଟ ଅନୁସାରେ ରୁଷ୍ ସେନା ରାତିଅଧିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଛନ୍ତି। ୟୁକ୍ରେନ ଉପରେ ୭୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବା ସହ ୧୫୦ରୁ ଅଧିକ ଡ୍ରୋନ୍ ଆକ୍ରମଣ କରିଛି। ତେବେ ଏହି ଆକ୍ରମଣରେ ପ୍ରାୟ ୯ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୮୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, “ଆକ୍ରମଣର ଉଦ୍ଦେଶ୍ୟ ହାସଲ କରାଯାଇଛି’।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଅନୁଯାୟୀ, “ରୁଷ୍ ଗତ ୪୪ ଦିନ ଧରି ଶାନ୍ତି ଆଲୋଚନା ଉଲ୍ଲଂଘନ କରୁଛି ଏବଂ ନିରନ୍ତର ଲୋକଙ୍କୁ ହତ୍ୟା କରୁଛି। “ୟୁକ୍ରେନ ସମ୍ପୂର୍ଣ୍ଣ ଯୁଦ୍ଧବିରତି ଏବଂ ଆକ୍ରମଣ ବନ୍ଦ କରିବାକୁ ରାଜି ହେବାର ୪୪ ଦିନ ବିତିଯିବା ସତ୍ତ୍ୱେ ରୁଷ୍ ଏହି ସଂହାର ପ୍ରକ୍ରିୟା ଜାରି ରଖିଛି। ତେବେ ଯୁଦ୍ଧବିରତି ଆମେରିକାର ପ୍ରସ୍ତାବ ଥିଲା। ୟୁକ୍ରେନ୍ ଏଥିରେ ସମ୍ମତି ଜଣାଇବା ପରେ ମଧ୍ୟ ରୁଷ୍ ନିଜ ଉତ୍ତରଦାୟିତ୍ୱକୁ ଏଡାଇବାକୁ ଯାଇ ଏସବୁ କରୁଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ୱର ସମସ୍ତେ ପ୍ରକୃତରେ କ’ଣ ଘଟୁଛି ତାହା ଦେଖୁଛନ୍ତି ଏବଂ ବୁଝିପାରୁଛନ୍ତି। ରୁଷ୍ ରାତି ସମୟରେ ୟୁକ୍ରେନର ପ୍ରତିରକ୍ଷା ଶିଳ୍ପକୁ ଟାର୍ଗେଟ କରି ଏକ ବଡ଼ ଆକ୍ରମଣ କରିଛି।

ଏହି ଆକ୍ରମଣରେ ରାଜଧାନୀ କିଭ୍‌ରେ ଥିବା “ରକେଟ୍ ଇନ୍ଧନ ଏବଂ ବାରୁଦ’ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।” ସେହିପରି ୟୁକ୍ରେନର ବିମାନ ଚଳାଚଳ, ମହାକାଶ, ମେସିନ୍‌-ନିର୍ମାଣ ଏବଂ ସଶସ୍ତ୍ର ଯାନ ଶିଳ୍ପ ଉପରେ ଦୂରଗାମୀ ବାୟୁ, ସ୍ଥଳ ଏବଂ ସମୁଦ୍ରଭିତ୍ତିକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ସହିତ ଏକ ବଡ଼ ଆକ୍ରମଣ କରିଥିଲେ ବୋଲି ମଧ୍ୟ ଜେଲେନ୍‌ସ୍କି ସ୍ପଷ୍ଟ କରିଛନ୍ତି। ଜେଲେନ୍‌ସ୍କି କହିଛନ୍ତି ଯେ ସେ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତି ରାମାଫୋସା (ଯିଏ ବର୍ତ୍ତମାନ ଜି-୨୦ର ଅଧ୍ୟକ୍ଷ)ଙ୍କୁ ସାମ୍ପ୍ରତିକ ପରିସ୍ଥିତି ଏବଂ ବିଶ୍ୱ କୂଟନୈତିକ ପ୍ରୟାସକୁ ତୀବ୍ର କରିବାର ଆବଶ୍ୟକତା ବିଷୟରେ ଅବଗତ କରାଇବେ। ଆକ୍ରମଣଗୁଡ଼ିକୁ ତୁରନ୍ତ ଏବଂ ନିଃସର୍ତ୍ତ ଭାବରେ ବନ୍ଦ କରାଯିବା ଉଚିତ୍‌। ଆମେ ମାନବିକତା ମାମଲାରେ ମଧ୍ୟ ସମର୍ଥନ ଆଶା କରୁଛୁ। ରୁଷ ଦ୍ୱାରା ଅପହୃତ ୟୁକ୍ରେନୀୟ କଏଦୀ ଏବଂ ୟୁକ୍ରେନୀୟ ପିଲାମାନଙ୍କୁ ଫେରାଇ ଆଣିବା ଦିଗରେ ଆମେ ନିରନ୍ତର ସମର୍ଥନ ହାସଲ ଦିଗରେ ଚେଷ୍ଟା ଜାରି ରଖିବୁ। ପ୍ରକାଶ, ଜେଲେନ୍‌ସ୍କି ଏବେ ରାଷ୍ଟ୍ରପତି ରାମାଫୋସାଙ୍କୁ ସାକ୍ଷାତ କରିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking