29.1 C
Bhubaneswar
Saturday, February 7, 2026
Homeଓଡିଶାଅଂଶୁଘାତର ଶିକାର ହେଲେ ୧୨ରୁ ଅଧିକ ଛାତ୍ରଛାତ୍ରୀ

ଅଂଶୁଘାତର ଶିକାର ହେଲେ ୧୨ରୁ ଅଧିକ ଛାତ୍ରଛାତ୍ରୀ

ବାଲେଶ୍ୱର:ଅସହ୍ୟ ଗୁଳୁଗୁଳି ପାଇଁ ଘରୋଇ ମେସରେ ଥିବା ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଂଶୁଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଗ୍ରୀଷ୍ମପ୍ରବାହକୁ ଆଖିଆଗରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଥିବା ବେଳେ କିଛି ଘରୋଇ ମେସର ମାଲିକମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ନାଁରେ ମେସରେ ରଖିଛନ୍ତି। ସୋର କଲେଜ ଛକରେ ଥିବା ବିଭିନ୍ନ ଘରୋଇ ମେସରେ ଶତାଧିକ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଥିବା ବେଳେ ଗତକାଲି ସନ୍ଧ୍ୟାରେ କିଛି ଛାତ୍ରଛାତ୍ରୀ ଅସୁସ୍ଥତା ଅନୁଭବ କରିଥିଲେ।  ପରେ ମେସର ମାଲିକ ଓ  କର୍ମଚାରୀମାନେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସିତ କରାଇବା ପରେ କିଛି ଛାତ୍ରଛାତ୍ରୀ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking