19.1 C
Bhubaneswar
Friday, December 19, 2025
Homeଓଡିଶାଏହି ଘାସ କଣ୍ଟ୍ରୋଲ କରେ ହାଇ ବିପି.. !

ଏହି ଘାସ କଣ୍ଟ୍ରୋଲ କରେ ହାଇ ବିପି.. !

ଭୁବନେଶ୍ହର: ଆମେ ଦୁବ ଘାସ ପୂଜାରେ ବ୍ୟବହାର କରୁ । ଏହି ଘାସ ପ୍ରଭୁ ଗଣେଶଙ୍କ ଅତି ପ୍ରିୟ । ତେବେ ଜାଣିଛନ୍ତି ଏହି ଦୁବ ଘାସ ଶାରୀରିକ ଅସୁସ୍ଥତା ଓ ରୋଗ ଭଲ କରିବାରେ ମଧ୍ୟ ସାହାଯ୍ୟ କରେ । ଆୟୁର୍ବେଦରେ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ଏହା ଦୁବ ଘାସକୁ । ସକାଳେ ଏବଂ ସନ୍ଧ୍ୟାରେ ଏହି ଘାସ ଉପରେ ଖାଲି ପାଦରେ ଚାଲିବା ଦ୍ୱାରା ରକ୍ତଚାପ, ମାଇଗ୍ରେନ୍ , ମାନସିକ ଚାପ ଭଳି ସମସ୍ୟାରୁ ମୁକ୍ତି ମିଳିବା ସହ ଦୃଷ୍ଟିଶକ୍ତି ମଧ୍ୟ ଉନ୍ନତ ହୋଇଥାଏ । ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏହି ଦୁବ ଘାସ ଅସହ୍ୟ ମୁଣ୍ଡବିନ୍ଧାକୁ ଦୂର କରିଥାଏ । ଏହି ଘାସ ଅତି ସହଜରେ ମିଳି ମଧ୍ୟ ଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଦୁବ ଘାସର ଉପକାରିତା ତଥା ସ୍ୱାସ୍ଥ୍ୟ ଲାଭ ସମ୍ବନ୍ଧରେ.. ସବୁଦିନ ଦୁବ ଘାସ ଉପରେ ଖାଲି ପାଦରେ ଚାଲିଲେ ଗମ୍ଭୀର ତଥା ମାରାତ୍ମକ ହୃଦରୋଗ ଆଶଙ୍କା ବହୁ ପରିମାଣରେ ହ୍ରାସ ପାଇଥାଏ । ଏଥିସହ ଦୁବ ଘାସର ରସ ପିଇଲେ ରକ୍ତହୀନତା ସମସ୍ୟା ଦୂର ହୁଏ । ଦୁବ ଘାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବରଦାନ ଅଟେ ।

ସେହିପରି ଦୁବ ଘାସ ଉପରେ ଚାଲିବା ଦ୍ବାରା ଆପଣ ଆପଣଙ୍କର ବ୍ଳଡ୍ ପ୍ରେସରକୁ ନିୟନ୍ତ୍ରଣରେ ରଖିପାରିବେ । ଦୁବ ଘାସ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ମଧ୍ୟ ଲାଭଦାୟକ ଅଟେ । ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟକୁ ଉନ୍ନତ କରି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମଧ୍ୟ ଦେଇଥାଏ ଦୁବ ଘାସ ।ପ୍ରତିଦିନ ଦୁବ ଘାସ ଉପରେ ଖାଲି ପାଦରେ ଚାଲିବା ଦ୍ବାରା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏକ ସକାରାତ୍ମକ ପ୍ରଭାବ ପଡିବା ଆରମ୍ଭ ହେବ । ତେଣୁ ଆୟୁର୍ବେଦିକ ବିଶେଷଜ୍ଞମାନେ ଏହି ଦୁବ ଘାସକୁ ଗୁଣର ଏକ ଭଣ୍ଡାର ଭାବରେ ବର୍ଣ୍ଣନା କରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking