29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶପାକିସ୍ତାନର ଏହି ସ୍ଥାନକୁ ଟାର୍ଗେଟ କରିପାରେ ଇଣ୍ଡିଆନ ଆର୍ମି, ଛାନିଆ ଆତଙ୍କବାଦୀ

ପାକିସ୍ତାନର ଏହି ସ୍ଥାନକୁ ଟାର୍ଗେଟ କରିପାରେ ଇଣ୍ଡିଆନ ଆର୍ମି, ଛାନିଆ ଆତଙ୍କବାଦୀ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଏବେ ଫୁଲ ଆକ୍ସନ ମୁଡରେ ରହିଛି ଭାରତ। ଏବେ ଭାରତୀୟ ସେନା ଉରୀ ଏବଂ ପୁଲଓ୍ଵାମା ପରି ଆକ୍ରମଣ କରିବାକୁ ଯୋଜନା କରୁଥିବା କୁହାଯାଉଛି। ଗୁଇନ୍ଦା ସଂସ୍ଥାଗୁଡ଼ିକଠାରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନରେ ଏପରି ଅନେକ ପ୍ରଶିକ୍ଷଣ ଶିବିର ରହିଛି, ଯେଉଁଠାରେ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଛି। ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା ଏହି ଶିବିରଗୁଡ଼ିକ ଉପରେ ସର୍ଜିକାଲ ଷ୍ଟ୍ରାଇକ ପରି କାର୍ଯ୍ୟାନୁଷ୍ଠାନ କରିପାରେ। ତେବେ ଆସନ୍ତୁ ଜାଣିବା ଯଦି ଭାରତ ପୁଣିଥରେ ସର୍ଜିକାଲ ଷ୍ଟ୍ରାଇକ କରିବ ତେବେ ପାକିସ୍ତାନ କେଉଁ ସ୍ତାନଗୁଡ଼ିକ ଟାର୍ଗେଟ କରିବ।

୧. ନନ-ମିରାନ ଶାହ
ଖୈବର ପଖ୍ତୁନଖ୍ୱାରେ ୧୯୯୮ ମସିହାରୁ ସକ୍ରିୟ ଏହି ଅଞ୍ଚଳ ଲସ୍କର-ଏ-ତୈୟବାର ପୁରୁଣା ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ମଧ୍ୟରୁ ଗୋଟିଏ। ଏଠାରେ ଆତଙ୍କବାଦୀମାନଙ୍କୁ ପ୍ରାଥମିକରୁ ଆରମ୍ଭ କରି ଉନ୍ନତ ତାଲିମ ଦିଆଯାଉଛି। ଏହି ଅଞ୍ଚଳ ବହୁତ ଦୁରବର୍ତ୍ତୀ ହୋଇଥିବାରୁ ଏଠାରେ ସର୍ଜିକାଲ ଷ୍ଟ୍ରାଇକର ସମ୍ଭାବନା ଅଧିକ।

୨. ମାନସେହରାର ଜଙ୍ଗଲ ଏବଂ ଖୋଷ୍ଟ
ଏହି ଅଞ୍ଚଳ ଘନ ଜଙ୍ଗଲ ଏବଂ ପାହାଡ଼ଗୁଡ଼ିକ ଦ୍ୱାରା ଘେରାଯାଇଛି, ଯେଉଁଠାରେ ଗୋପନୀୟ ଭାବେ ଆତଙ୍କବାଦୀ ପ୍ରଶିକ୍ଷଣ ଚାଲିଛି। ଗୁଇନ୍ଦା ସଂସ୍ଥାଗୁଡ଼ିକ ଅନୁସାରେ, ଏଠାରେ ସଠିକ ସୂଚନା ମିଳିଲେ ଭାରତୀୟ ସେନା ଅଭିଯାନ ଚଳାଇପାରେ। ୩. ମଙ୍ଗଲା ଏବଂ ହେଡ ମରାଲ
ମୀରପୁର ଏବଂ ସିୟାଲକୋଟରେ ଅବସ୍ଥିତ ଏହି ପ୍ରଶିକ୍ଷଣ ଶିବିରଗୁଡ଼ିକ ସମ୍ପ୍ରତି ପୁନଃ ସକ୍ରିୟ ହୋଇଛି। ଲସ୍କର ସରଗନା ହାଫିଜ ସଇଦର ପୁଅ ତଲହା ସଇଦର ତତ୍ତ୍ୱାବଧାନରେ ଏଠାରେ ଜଳମାର୍ଗ ଦେଇ କେମିତି ଅନ୍ୟ ଦେଶ ଯାଇହେବ ତାର ତାଲିମ ଦିଆଯାଉଛି। ଏହି ଶିବିରଗୁଡ଼ିକ ସୁରକ୍ଷା ସଂସ୍ଥାଗୁଡ଼ିକ ପାଇଁ ଅଧିକ ଟାର୍ଗେଟରେ ରହିଛି।

୪. ରାଓ୍ଵାଲକୋଟ ଏବଂ ନୂର-ଉଲ-ଇସ୍ଲାମ
ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଥିବା ଏହି ଲଞ୍ଚିଂ ପ୍ୟାଡ଼ଗୁଡ଼ିକରୁ ଆତଙ୍କବାଦୀମାନେ ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରନ୍ତି। ଗୁଇନ୍ଦା ସୂତ୍ର ଅନୁସାରେ, ଏହି ଠିକଣାଗୁଡ଼ିକୁ ଟାର୍ଗେଟ କରାଯିବା ପାଇଁ ଯୋଜନା ଚାଲିଛି।

୫. ମୁରିଦକେ ଏବଂ ଇସ୍ଲାମାବାଦ ଏୟାରବେସ
ମୁରିଦକେ ହେଉଛି ଲସ୍କର-ଏ-ତୈୟବାର ମୁଖ୍ୟାଳୟ, ଯେଉଁଠାରେ ଲଜିଷ୍ଟିକ ଯୋଜନା କରାଯାଏ। ଇସ୍ଲାମାବାଦ ଏୟାରବେସରେ ମଧ୍ୟ ଏକ ପ୍ରଶିକ୍ଷଣ ଶିବିର ରହିଛି। ତେବେ ଏହି ଅଞ୍ଚଳଗୁଡ଼ିକ ସହରାଞ୍ଚଳ ନିକଟରେ ଥିବା ହେତୁ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ବୋଲି କୁହାଯାଏ, ଏବଂ ଏଠାରେ କାର୍ଯ୍ୟାନୁଷ୍ଠାନ କୂଟନୈତିକ ବିବାଦ ସୃଷ୍ଟି କରିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking