17.1 C
Bhubaneswar
Monday, December 22, 2025
Homeଦେଶ ବିଦେଶ‘ଗୋଟିଏ ରାଷ୍ଟ୍ର - ଗୋଟିଏ ନିର୍ବାଚନ’ ଦେଶକୁ ନୂଆ ଦିଶା ଦେଖାଇବ - ଧର୍ମେନ୍ଦ୍ର ପ୍ରଧାନ

‘ଗୋଟିଏ ରାଷ୍ଟ୍ର – ଗୋଟିଏ ନିର୍ବାଚନ’ ଦେଶକୁ ନୂଆ ଦିଶା ଦେଖାଇବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ‘ଗୋଟିଏ ରାଷ୍ଟ୍ର – ଗୋଟିଏ ନିର୍ବାଚନ’ କେବଳ ନିର୍ବାଚନ ଖର୍ଚ୍ଚ ଏବଂ ଆଚାର ସଂହିତା ବିଷୟରେ ସୀମିତ ହୋଇ ରହିନାହିଁ ବରଂ ଏହା ଦେଶର ରାଜନୈତିକ ସ୍ଥିରତା, ସୁଶାସନ ଏବଂ ବିକାଶର ନୂଆ ଦିଶା ଦେଖାଇବାର ମାଧ୍ୟମ ଅଟେ ବୋଲି ବୁଧବାର ନୂଆଦିଲ୍ଲୀ ସ୍ଥିତ ଡା. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ‘ୱାନ୍ ନେସନ୍ – ୱାନ୍ ଇଲେକ୍ସନ’ ବିଷୟ ଉପରେ ଆୟୋଜିତ କର୍ମଶାଳାରେ ଦେଶର ଯୁବବର୍ଗଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ବିଷୟ ଏବେ ଆଇନ ଏବଂ ରାଜନୈତିକ ଚର୍ଚ୍ଚା ପରିସରରୁ ବାହାରି ଦେଶର ପ୍ରମୁଖ ଏଜେଣ୍ଡାର ଅଂଶବିଶେଷ ହୋଇଛି । କିଛି ବି ବଡ ରାଜନୈତିକ ନିଷ୍ପତିକୁ ନିର୍ଣ୍ଣାୟକ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ନୀତି, ଯୋଜନା, ରାଜନୀତି ଏବଂ ସବୁଠୁ ମହତ୍ୱପୂର୍ଣ୍ଣ – ଜନଭାଗିଦାରୀ ଆବଶ୍ୟକ । ଏହି ଭାବନା ସହ ଆଜି ଆମେ ଏହି କର୍ମଶାଳାରେ ଏକାଠି ହୋଇଛୁ । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି, ଏହି ସମୟ ହିଁ, ଭାରତର ସମୟ । ସେହି ବିଷୟକୁ ନେଇ ବିରୋଧୀଙ୍କ ନକରାତ୍ମକ ଟିପ୍ପଣୀ ଦୁର୍ଭାଗ୍ୟପୂର୍ଣ୍ଣ । ସେମାନଙ୍କ ଏହି ମନ୍ତବ୍ୟ କେବଳ ଦେଶର ସାମ୍ବିଧାନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନାହିଁ ବରଂ ଜନାଦେଶକୁ ମଧ୍ୟ ହତାଦର କରୁଛି । ବିରୋଧୀଙ୍କ ଏହି ନକରାତ୍ମକ ରାଜନୀତି ଦୁର୍ଭାଗ୍ୟଜନକ । ସମ୍ବିଧାନର କଥା କହୁଥିବା ଲୋକମାନେ ସମ୍ବିଧାନକୁ ସବୁଠୁ ଅଧିକ କ୍ଷତି ପହଞ୍ଚାଉଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ୧୯୬୭ ପରେ ଯେତେବେଳେ ଲୋକଙ୍କର ଆକାଂକ୍ଷାଗୁଡିକୁ ଉପେକ୍ଷା କରାଗଲା, ସେତେବେଳେ କଂଗ୍ରେସ ଜୋଡତୋଡ୍ ରାଜନୀତିକୁ ଆଗକୁ ବଢାଇବାରେ ସହାୟକ ହୋଇଥିଲା । ଆଜି ସାମାନ୍ତବାଦୀ ଚିନ୍ତାଧାରାରେ ଗ୍ରସିତ ଏହି ଲୋକମାନେ ତୃତୀୟ ଥର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରକୁ ଜନତାଙ୍କ ଦ୍ୱାରା ମିଳିଥିବା ଜନାଦେଶକୁ ସ୍ୱୀକାର କରିପାରୁନାହାନ୍ତି । ଆଜିର ସମୟ ହୋଇଛି, ଗଣତନ୍ତ୍ର ବ୍ୟବସ୍ଥାକୁ ସଶକ୍ତ କରିବା ଏବଂ ଗୋଟିଏ ରାଷ୍ଟ୍ର – ଗୋଟିଏ ନିର୍ବାଚନକୁ ଜନ ଅଭିଯାନ, ଜନସମ୍ବାଦ ଏବଂ ଜନ ଆନ୍ଦୋଳନରେ ପରିଣତ କରିବା । ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବିକଶିତ ଭାରତ କଳ୍ପନାର ଆଧାରଶୀଳା, ଯାହା ସଶକ୍ତ ଏବଂ ସ୍ଥିର ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking