21.1 C
Bhubaneswar
Thursday, December 18, 2025
Homeଓଡିଶାପିଲା ଚୋର କିନ୍ନରକୁ ଧରିଲା କିନ୍ନର

ପିଲା ଚୋର କିନ୍ନରକୁ ଧରିଲା କିନ୍ନର

ଯାଜପୁର: କିନ୍ନର ବେଶରେ ଠାକୁରମୁଣ୍ଡାରୁ ଶିଶୁକନ୍ୟା ଚୋରି ଘଟଣା । ଯାଜପୁର ରୋଡ୍ ଥାନା କାଚହୁଡି ସାହିରୁ ଶିଶୁକନ୍ୟା ଉଦ୍ଧାର । ଚୋରି କରିଥିବା କିନ୍ନରକୁ ପିଲା ସହ ମାଡି ବସିଲେ ଅନ୍ୟ କିନ୍ନର । ଧରାହେଲା ଏହି ପିଲାଚୋର ଓ ତା’ର ସହଯୋଗୀ ।  ୩ ଦିନ ତଳେ ୫ ବର୍ଷର ଶିଶୁ କନ୍ୟାକୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରୁ ତିନି ଦିନ ତଳେ ୫ ବର୍ଷର ଶିଶୁ କନ୍ୟାକୁ ଜଣେ ଛଦ୍ମବେଶୀ କିନ୍ନର ଚୋରି କରିନେବା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।

ଆଜି ଶିଶୁ କନ୍ୟାକୁ ଯାଜପୁର ରୋଡ ଥାନା କାଚହୁଡ଼ି ସାହିରୁ ଜଣେ ଛଦ୍ମବେଶୀ କିନ୍ନର ପୁରୁଷଙ୍କ ଠାରୁ ଜବତ କରାଯାଇଛି। ଯାଜପୁର ରୋଡ କିନ୍ନର ସଂଘ ଶାନ୍ତି ସେନାର କର୍ମକର୍ତ୍ତା ମାନେ ଉକ୍ତ କିନ୍ନରଙ୍କୁ ମାଡି ବସିଥିଲେ। ତିନି ଦିନ ତଳେ ଠାକୁରମୁଣ୍ଡା ବସ୍ ଷ୍ଟାଣ୍ଡରୁ ୫ ବର୍ଷର ଶିଶୁ କନ୍ୟାକୁ ଲିପୁ ନାୟକ ନାମକ ଛଦ୍ମ ବେଶୀ କିନ୍ନର ଅପହରଣ କରି ନେଇଥିଲା। ଅପହରଣ ପରେ ଶିଶୁକୁ ଆଣି ଯାଜପୁର ରୋଡ ଅଞ୍ଚଳରେ ରଖିଥିଲା। ଶିଶୁ କନ୍ୟାର ମା’ କିନ୍ନରକୁ ନିଜ ଛୁଆକୁ ଜଗିବାକୁ କହିଥିବା ବେଳେ ସେ ଛୁଆଟିକୁ ନେଇ ଫେରାର ହୋଇ ଯାଇଥିଲା। ସିସିଟିଭି ଫୁଟେଜକୁ ଦେଖି ଠାକୁରମୁଣ୍ଡା ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ।  ଅପହରଣକାରୀ ଲିପୁ ନାୟକ ଓ ତାର ଜଣେ ସହଯୋଗୀକୁ ଯାଜପୁର ରୋଡ ପୋଲିସ ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି।

ଅଲ ଓଡ଼ିଶା ଟ୍ରାନ୍ସଜେଣ୍ଡର ଆସୋସିଏସନ ସେକ୍ରେଟାରୀ କାଜଲ ନାୟକ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। କାଜଲ କହିଛନ୍ତି, ୩ ଦିନ ତଳେ ଠାକୁରମୁଣ୍ଡା ପୋଲିସ ଅପହରଣ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଅପହର୍ତ୍ତା ବାସ୍ତବରେ କିନ୍ନର ନ ଥିଲେ। ଉଭୟ ପୁରୁଷ ରହିଥିବା ବେଳେ ସେମାନେ ଶାଢି ଚୁଡି ପିନ୍ଧି କିନ୍ନର ଭାବେ ରହୁଥିଲେ। ରବିବାର କାଚହୁଡି ସାହିରୁ କାଜଲ ନାୟକ ଓ ଅନ୍ୟମାନେ ସେମାନଙ୍କୁ ଧରିବା ସହ ଯାଜପୁର ରୋଡ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତ ଲିପୁ ନାୟକ କେନ୍ଦୁଝରର ତେଲକୋଇର ବାସିନ୍ଦା ବୋଲି ସ୍ବୀକାର କରିଛି। ଶିଶୁର ମା’ ତାଙ୍କ ପାଖରେ ଛାଡି ପଳାଇଥିବା ବେଳେ ସେ ତାକୁ ନେଇ ଆସିଥିବା କହିଛି। ସେ ଛୁଆକୁ ଅପହରଣ କରି ନାହିଁ ବରଂ ଫେରାଇ ଦେଇଥାନ୍ତା ବୋଲି କହିଛି। ତେବେ ପୋଲିସ ପାଇଁ ଏହା ଆଉ ଏକ ବଡ ସଫଳତା। କିଛି ଦିନ ପୂର୍ବରୁ ହିଁ ଭୁବନେଶ୍ବରର ରାମ ମନ୍ଦିର ନିକଟରୁ ଅପହୃତ ଶିଶୁକୁ ବାଲେଶ୍ବରରୁ ଉଦ୍ଧାର କରିଥିଲା କମିଶନରେଟ ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking