19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶକାନାଡ଼ାରେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

କାନାଡ଼ାରେ ଭାରତୀୟ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଓଟାୱା: କାନାଡ଼ାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପଞ୍ଜାବର ସ୍ଥାୟୀ ବାସିନ୍ଦା ହରସିମରତ୍ ରନ୍ଧାୱା ନାମ୍ନୀ (୨୧) ଏହି ମୃତ ଛାତ୍ରୀଜଣକ ହାମିଲଟନ୍ ସ୍ଥିତ ଏକ ବସ୍‌ଷ୍ଟପ୍‌ରେ ଛିଡ଼ା ହୋଇ କଲେଜ ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିବା ବେଳେ ଗୁଳିମାଡ଼ର ଶିକାର ହୋଇଛନ୍ତି। ଗୁଳି ତାଙ୍କ ଛାତିରେ ବାଜିଥିଲା ଏବଂ ସେ ସେହିଠାରେ ହିଁ ଟଳିପଡ଼ିଥିଲେ। ହାମିଲଟନ୍ ପୁଲିସ୍ ଏହି ଘଟଣାରେ ସୂଚନା ଦେଇ କହିଛି ଯେ, ଗୁଳିକାଣ୍ଡ ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ଘଟିଥିଲା। ମୋହାକ୍ କଲେଜରେ ପାଠ ପଢ଼ୁଥିବା ହରସିମରତ୍ ରନ୍ଧାୱା ବାସ୍ତବରେ ଗୁଳିକାଣ୍ଡର ଶିକାର ନଥିଲେ। ଜଣେ ଦୁର୍ବୃତ୍ତ ଅନ୍ୟଜଣଙ୍କୁ ଟାର୍ଗେଟ୍ କରି ଗୁଳି ଚଳାଇଥିବା ବେଳେ ଭୁଲବଶତଃ ହରସିମରତ୍ ଆଗକୁ ଚାଲିଆସିଥିଲେ। ଫଳରେ ଗୁଳିଟି ତାଙ୍କ ଛାତିରେ ବାଜିଥିଲା।

ରିପୋର୍ଟ ଅନୁସାରେ ବୁଧବାର ସନ୍ଧ୍ୟା(ସ୍ଥାନୀୟ ସମୟ)ରେ ହରସିମରତ୍ ବସକୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଏହି ସମୟରେ ଏକ କଳା ମର୍ସିଡିଜ୍‌ରେ ଥିବା ଜଣେ ଯାତ୍ରୀ ନିଜ ପାଶ୍ୱର୍ ଦେଇ ଯାଉଥିବା ଅନ୍ୟ ଏକ ଧଳା ସେଡାନ୍‌ରେ ଥିବା ଯାତ୍ରୀଙ୍କ ଉପରେ ଆକସ୍ମିକ ଭାବେ ଗୁଳି ଚଳାଇଥିଲେ। ଏହି ସମୟରେ ଏବଂ ରନ୍ଧାୱା ସେମାନଙ୍କ ମଧ୍ୟରେ ଫସି ଯାଇଥିଲେ। ଗୋଟିଏ ଗୁଳି ପଥଭ୍ରଷ୍ଟ ହୋଇ ହରସିମରତଙ୍କ ଶରୀରରେ ବାଜିଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ଗୁଳିଚାଳନା ପରେ ଉଭୟ କାର ଘଟଣାସ୍ଥଳରୁ ତୁରନ୍ତ ପଳାଇ ଯାଇଥିଲେ। ଏମାନଙ୍କୁ ଗିରଫ କରାଯିବା ପାଇଁ ପୁଲିସ୍ ଏବେ ତତ୍ପର ହୋଇପଡିଛି। ଅନ୍ୟପକ୍ଷେ “ଓଣ୍ଟାରିଓର ହାମିଲଟନରେ ଭାରତୀୟ ଛାତ୍ରୀ ହରସିମରତ ରନ୍ଧାୱାଙ୍କ ଦୁଃଖଦ ମୃତ୍ୟୁରେ ଆମେ ଗଭୀର ଦୁଃଖିତ’, ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ ଏକ ପୋଷ୍ଟରେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking