24.1 C
Bhubaneswar
Saturday, March 28, 2026
Homeଓଡିଶାକାଳବୈଶାଖୀର ପ୍ରଭାବ; ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ

କାଳବୈଶାଖୀର ପ୍ରଭାବ; ବଜ୍ରପାତରେ ୨ ଚାଷୀଙ୍କ ମୃତ୍ୟୁ

ବାଲେଶ୍ୱର,ସାକ୍ଷୀଗୋପାଳ: ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ସକାଳୁ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ଓ ପବନ ହୋଇଥିଲା। ଏହି ସମୟରେ ବଜ୍ରପାତ ଘଟି ୨ଜଣ ଚାଷୀଙ୍କ ଜୀବନ ଯାଇଥିବାବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତରେ ବଜ୍ରପାତରେ ଚାଷୀ କୃଷ୍ଣଚନ୍ଦ୍ର ଘଡେଇ(୪୪)ଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳୁ କୃଷ୍ଣଚନ୍ଦ୍ର ନିଜ ସାନଭାଇ ଏବଂ ମା’ଙ୍କ ସହ ବାଡ଼ିକୁ ପରିବା ତୋଲିବାକୁ ଯାଇଥିଲେ। କାଳବୈଶାଖୀ ଝଡ଼ ବର୍ଷା ଆସିବାରୁ ସାନଭାଇ ଓ ମା’ ଏକ ଆମ୍ବଗଛ ତଳେ ଠିଆ ହୋଇଥିବା ବେଳେ କୃଷ୍ଣଚନ୍ଦ୍ର ଏକ ନିମ୍ବଗଛ ମୂଳରେ ଆଶ୍ରୟ ନେଇଥିଲେ। ସେଠାରେ ତାଙ୍କୁ ବଜ୍ରାଘାତ ହୋଇଥିଲା। ଯଦ୍ୱାରା ଅଣ୍ଟା ପାଖରୁ ତାଙ୍କ ଶରୀର ଜଳି ଯାଇଥିଲା। ସଂଗେ ସଂଗେ ତାଙ୍କୁ ବାଲେଶ୍ୱର ମେଡିକାଲ ନିଆଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ କେତକୀ ପାଟଣା ପଞ୍ଚାୟତର ପଦ୍ମପୁର ଗ୍ରାମରେ ଆଉ ଜଣେ ଚାଷୀଙ୍କ ଜୀବନ ଯାଇଛି ଓ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ମୃତ ଚାଷୀ ଦୀପ୍ତିରଞ୍ଜନ ବାରିକ (୩୬) ବୋଲି ଜଣାପଡ଼ିଛି। ତେବେ ବଜ୍ରପାତରେ ତାଙ୍କ ବାପା କାଶୀନାଥ ବାରିକ ଓ ମଝିଆ ଭାଇ ସୌମ୍ୟରଞ୍ଜନ ବାରିକ ଗୁରୁତର ଆହତ ହୋଇଛନ୍ତି। ସକାଳୁ ସକାଳୁ ସପରିବାର ଜମିକୁ ମୁଗ ଅମଳ ପାଇଁ ଯାଇଥିଲା ବେଳେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ବଜ୍ରପାତ ହୋଇଥିଲା। ଦୀପ୍ତିରଞ୍ଜନ ସଂଜ୍ଞାହୀନ ହୋଇପଡ଼ି ରହିଥିଲେ। ତୁୂରନ୍ତ ତାଙ୍କୁ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking