28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢ଼ାଉ

ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍‌)ର ପୂର୍ବତନ ବିଧାୟକ ଦୁର୍ଗେଶ ପାଠକଙ୍କ ଘରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଦୁର୍ଗେଶ ୨୦୨୭ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆପ୍‌ର ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଫରେନ୍ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ (ଏଫ୍‌ସିଆରଏ) ଅଧୀନରେ ରୁଜୁ ହୋଇଥିବା ଏକ ମାମଲାରେ ସିବିଆଇ ପକ୍ଷରୁ ଦୁର୍ଗେଶଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ପ୍ରକାଶ, ଗତ ମାସରେ ଆପ୍ ପକ୍ଷରୁ ବରିଷ୍ଠ ନେତା ଦୁର୍ଗେଶ ଏବଂ ଗୋପାଳ ରାଏଙ୍କୁ ୨୦୨୭ରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ପ୍ରଭାରୀ ଦାୟିତ୍ୱରେ ନିଯୁକ୍ତ କରାଯାଇଛି। ବିଜେପି ଶାସିତ ଏହି ରାଜ୍ୟରେ ଆପ୍ ଏହାର ଶକ୍ତି ବୃଦ୍ଧି କରିବା ଲାଗି ଏହି ଦୁଇ ନେତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିଜ ରାଜ୍ୟ ଗୁଜରାଟ ହୋଇଥିବାରୁ ଆପ୍ ପାଇଁ ଏଠାରେ ଦଳୀୟ ସ୍ଥିତିକୁ ମଜଭୁତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। କିନ୍ତୁ ଏହା ମଧ୍ୟରେ ପାଠକଙ୍କ ଘରେ ସିବିଆଇ ଚଢ଼ାଉ ପରେ ଆପ ବିଜେପିକୁ ଟାର୍ଗେଟ କରିଛି। ବିଜେପି ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା ଆପ୍ ଅଭିଯୋଗ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking