28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତର ଅର୍ଥନୀତି: ନୀତି ଆୟୋଗ ସିଇଓ

ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତର ଅର୍ଥନୀତି: ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ: ଭାରତର ଅର୍ଥନୀତି ଦ୍ରୁତଗତିରେ ଆଗେଇ ଚାଲିଛି। ଆଗାମୀ ୩ ବର୍ଷ ମଧ୍ୟରେ ଜର୍ମାନୀ ଓ ଜାପାନ ଭଳି ଦେଶକୁ ମଧ୍ୟ ଭାରତ ପଛରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୪୭ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବ। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବିଭିଆର ସୁବ୍ରମଣ୍ୟମ ଗୁରୁବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଏପରି କିଛି ମତବ୍ୟକ୍ତ କରିଛନ୍ତି। ସୁବ୍ରମଣ୍ୟମ୍‌ଙ୍କ କହିବାନୁସାରେ ବର୍ତ୍ତମାନ ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି। ଆଗାମୀ ବର୍ଷର ଶେଷ ସୁଦ୍ଧା ଆମେ ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବୁ। ପରେ ଅଥାତ୍ ପରବର୍ତ୍ତୀ ବର୍ଷରେ ଆମେ ତୃତୀୟ ବୃହତ୍ତମ ଅର୍ଥନୀତି ହେବୁ।” ଭାରତ ବିଶ୍ୱ ପାଇଁ ଶିକ୍ଷାର କେନ୍ଦ୍ର ହୋଇପାରେ କାରଣ ଅନ୍ୟ ସମସ୍ତ ଜିନିଷଠାରୁ ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏହାର ଗଣତନ୍ତ୍ର।

ସୁବ୍ରମଣ୍ୟମ୍ କହିଛନ୍ତି, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ସାମ୍ପ୍ରତିକ ତଥ୍ୟ ଅନୁଯାୟୀ, ଭାରତର ଅର୍ଥନୀତିର ଆକାର ବର୍ତ୍ତମାନ ୪.୩ ଟ୍ରିଲିୟନ ଆମେରିକୀୟ ଡଲାର ରହିଛି। ଯଦି ସାମ୍ପ୍ରତିକ ଅଭିବୃଦ୍ଧି ହାର ବଜାୟ ରୁହେ ତେବେ ତିନି ବର୍ଷ ମଧ୍ୟରେ ଜର୍ମାନୀ ଓ ଜାପାନ ଠାରୁ ମଧ୍ୟ ଭାରତୀୟ ଅର୍ଥନୀତି ଅଧିକ ବଡ଼ ହୋଇଯିବ। ଏହି ହିସାବରେ ୨୦୪୭ ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି (୩୦ ଟ୍ରିଲିୟନ ଆମେରିକୀୟ ଡଲାର) ହେବାର ସମ୍ଭାବନା ରହିଛି। ସେ ଏହି ଅବସରରେ ଆଇନ ଏବଂ ହିସାବ ନିକାଶ ସମେତ ସମସ୍ତ ଭାରତୀୟ କମ୍ପାନୀଙ୍କୁ ବିଶ୍ୱ ନେତା ହେବାର ଆକାଂକ୍ଷା ରଖିବାକୁ ଆହ୍ୱାନ ଦେଇଛନ୍ତି।

ନୀତି ଆୟୋଗର ସିଇଓ କହିଛନ୍ତି ଯେ, ମଧ୍ୟମ ଆୟ ଦେଶଗୁଡ଼ିକର ସମସ୍ୟା ନିମ୍ନ ଆୟ ଦେଶଗୁଡ଼ିକର ସମସ୍ୟାଠାରୁ ବହୁତ ଭିନ୍ନ। ଏହା ଗରିବଙ୍କୁ ଖାଦ୍ୟ ଦେବା କିମ୍ବା ସେମାନଙ୍କୁ ପୋଷାକ ଯୋଗାଇବା ବିଷୟବସ୍ତୁ ଆଧାରିତ ନୁହେଁ ବରଂ ଏହା ଜ୍ଞାନ ଆଧାରିତ ଅର୍ଥନୀତିକୁ କିପରି ଗଢ଼ି ତୋଳାଯାଇପାରିବ, ସେସମ୍ପର୍କରେ। ସୁବ୍ରହ୍ମଣ୍ୟମ କହିଛନ୍ତି ଯେ୍ ବିଶ୍ୱରେ କେବେ ଏପରି ପରିସ୍ଥିତି ଦେଖାଯାଇ ନାହିଁ ଯେଉଁଠାରେ ଜନସଂଖ୍ୟା ହ୍ରାସ ପାଇବ। ସେ କହିଛନ୍ତି, ଜାପାନ ୧୫,୦୦୦ ଭାରତୀୟ ନର୍ସ ଏବଂ ଜର୍ମାନୀ ୨୦,୦୦୦ ସ୍ୱାସ୍ଥ୍ୟ କର୍ମୀଙ୍କ ସେବା ନେଉଛି କାରଣ ସେମାନଙ୍କ ପାଖରେ ପେସାଦାର ଲୋକଙ୍କ ଅଭାବ ରହିଛି ଏବଂ ପାରିବାରିକ ବ୍ୟବସ୍ଥା ମଧ୍ୟ ଭାଙ୍ଗି ପଡ଼ିଛି। ଭାରତ ବିଶ୍ୱରେ କାର୍ଯ୍ୟକ୍ଷମ ବୟସର ଲୋକଙ୍କର ଏକ ସ୍ଥିର ଯୋଗାଣକାରୀ ହେବ ଏବଂ ଏହା ହିଁ ଆମର ସବୁଠାରୁ ବଡ଼ ଶକ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking