30.1 C
Bhubaneswar
Friday, February 13, 2026
Homeଓଡିଶାଏପ୍ରିଲ୍ ୨୧ରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ କରିବେ ଜନ ଶୁଣାଣି

ଏପ୍ରିଲ୍ ୨୧ରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ କରିବେ ଜନ ଶୁଣାଣି

– ଏପ୍ରିଲ୍ ୧୭ ପୂର୍ବାହ୍ନ ୧୧ଟାରୁ ଅନ୍‌ଲାଇନ ପଞ୍ଜୀକରଣ
ଭୁବନେଶ୍ୱର: ଏପ୍ରିଲ୍ ୨୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରରେ ଜନ ଅଭିଯୋଗ ଶୁଣାଣି କରିବେ। ଏଥିପାଇଁ ଏପ୍ରିଲ୍ ୧୭ ପୂର୍ବାହ୍ନ ୧୧ଟାରୁ ଅନ୍‌ଲାଇନ ପଞ୍ଜୀକରଣ କରିବାକୁ ପଡ଼ିବ। ଲୋକେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପୋର୍ଟାଲ୍ କିମ୍ବା ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ନିଜର ନାମକୁ ପଞ୍ଜୀକରଣ କରିପାରିବେ। ବୁଧବାର ସୂଚନା ଓ ଲୋକସମ୍ପର୍କ ବିଭାଗ ଏହି ସୂଚନା ଦେଇଛି। କାର୍ଯ୍ୟକ୍ରମ ଅନୁଯାୟୀ ୨୧ ଏପ୍ରିଲ୍ ସକାଳ ୮ଟାରେ ସମ୍ବଲପୁରରେ ଅନୁଷ୍ଠିତ ହେବ। ଅଭିଯୋଗ ଶୁଣାଣି ସମୟରେ ସର୍ବାଧିକ ୧୦୦୦ ଆବେଦନକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅନୁମତି ଦିଆଯିବ। ଉକ୍ତ ଶୁଣାଣିରେ କାର୍ଯ୍ୟକ୍ରମରେମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବ୍ୟତୀତ ୧୦ରୁ ଅଧିକ ମନ୍ତ୍ରୀ ଯୋଗଦେବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking