21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଜଷ୍ଟିସ୍ ବିଆର୍ ଗଭାଇ ଦେଶର ନୂଆ ସିଜେଆଇ

ଜଷ୍ଟିସ୍ ବିଆର୍ ଗଭାଇ ଦେଶର ନୂଆ ସିଜେଆଇ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠତମ ବିଚାରପତି ଜଷ୍ଟିସ ବିଆର୍ ଗଭାଇ ଦେଶର ନୂଆ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ। ରିପୋର୍ଟ ଅନୁସାରେ ଦେଶର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସଞ୍ଜିବ ଖାନ୍ନା ବୁଧବାର ନିଜ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଗଭାଇଙ୍କ ନାମ ସୁପାରିଶ କରିଛନ୍ତି। ଜଷ୍ଟିସ ବିଆର୍ ଗଭାଇଙ୍କୁ ଦେଶର ପରବର୍ତ୍ତୀ ଅର୍ଥାତ୍ ୫୨ତମ ସିଜେଆଇ ଭାବେ ଅବସ୍ଥାପିତ କରାଯିବା ପାଇଁ ଜଷ୍ଟିସ୍ ଖାନ୍ନା କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟକୁ ଚିଠି ଲେଖି ସୁପାରିଶ କରିଛନ୍ତି। ଆଗାମୀ ଦିନରେ (ମେ ୧୩, ୨୦୨୫) ସିଜେଆଇ ପଦରୁ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନରେ ଜଷ୍ଟିସ୍ ଗଭାଇ ପଦ ସମ୍ଭାଳିବେ।

ନିୟମ ମୁତାବକ ଅବସର ପୂର୍ବରୁ ସିଜେଆଇଙ୍କୁ ତାଙ୍କ ଉତ୍ତରାଧିକାରୀ ବା ପରବର୍ତ୍ତୀ ସିଜେଆଇଙ୍କ ନାମ ସୁପାରିଶ କରିବାକୁ ପଡ଼ିଥାଏ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ମଧ୍ୟ ଏହିକ୍ରମେ ଜଷ୍ଟିସ୍ ବିଆର ଗଭାଇଙ୍କ ନାମ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟରେ ସଦ୍ୟ ଅବସ୍ଥାପିତ ଥିବା ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍ ଗଭାଇ ଅନ୍ୟତମ ସର୍ବବରିଷ୍ଠ ବିଚାରପତି ଭାବେ ଏବେ କାର୍ଯ୍ୟରତ। ସୁତରାଂ ଗଭାଇ ଦେଶର ପରବର୍ତ୍ତୀ ସିଜେଆଇ ହେବା ଏକରକମ ନିଶ୍ଚିତ। ଯଦି ସବୁକିଛି ଠିକ୍ ରୁହେ ତେବେ ସେ ମେ’୧୪ ତାରିଖରେ ଦେଶର ୫୨ତମ ସିଜେଆଇ ଭାବରେ ଶପଥ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଗଭାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସେ ନଭେମ୍ବର ୨୩, ୨୦୨୫ ଯାଏ ସିଜେଆଇ ପଦ ସମ୍ଭାଳିବେ।

ଜଷ୍ଟିସ ଗଭାଇଙ୍କ ପୂରା ନାମ ଭୂଷଣ ରାମକୃଷ୍ଣ ଗଭାଇ। ୨୪ ନଭେମ୍ବର ୧୯୬୦ରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଗଭାଇ, ସମୟକ୍ରମେ ନଭେମ୍ବର ୧୨, ୨୦୦୫ରେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ। ପରେ ସେ ୨୦୧୯ ମେ ୨୪ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ସେବେଠାରୁ ସେ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ଅଂଶ ଅଟନ୍ତି, ଯେଉଁମାନେ ଅନେକ ଐତିହାସିକ ରାୟ ଦେଇଛନ୍ତି। ପୂର୍ବତନ ଜମ୍ମୁ-କାଶ୍ମୀର ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସର୍ବସମ୍ମତିକ୍ରମେ ସମର୍ଥନ କରିଥିବା ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ ଜଷ୍ଟିସ ଗଭାଇ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking