25.1 C
Bhubaneswar
Saturday, February 7, 2026
Homeଓଡିଶାବଜ୍ରପାତରେ ଜଣେ ମୃତ, ଚାରି ଆହତ

ବଜ୍ରପାତରେ ଜଣେ ମୃତ, ଚାରି ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ବାରିଗୁଡ଼ାରେ ବଜ୍ରପାତ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଚାରି ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ସୋମନାଥ ଯାନୀ। ଗୁରୁତରକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ସ୍ଥାନାନ୍ତର କରାଯଇଛି। ୪ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ପୋଠାଯାଇଛି। ଅନ୍ୟ ପାଞ୍ଚ ଜଣ ମଧ୍ୟରୁ ପ୍ରବୀଣ ହରିଜନ ଗୁରୁତର ହୋଇଥିବା ଯୋଗୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ଭର୍ତ୍ତି କରାଯାଇଛି। ମଙ୍ଗଳୁ ଯାନୀ, କେଶବ ଯାନୀ, ସୁକୁମନ ଗୌଡ଼, ଧନବଳ ହରିଜନ ଆହତକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପୋତାଯାଇଥିବା ସୂଚନା ମିଳିଛି। ପାପଡ଼ାହାଣ୍ଡି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking