29.1 C
Bhubaneswar
Sunday, February 8, 2026
Homeଓଡିଶାସଂକଳ୍ପ, ସମର୍ପଣ ଓ ସଦଭାବନାର ଜୋଷକୁ ନେଇ ରାଜ୍ୟରେ କାର୍ଯ୍ୟ କରିବ କଂଗ୍ରେସ: ଭକ୍ତ ଦାସ

ସଂକଳ୍ପ, ସମର୍ପଣ ଓ ସଦଭାବନାର ଜୋଷକୁ ନେଇ ରାଜ୍ୟରେ କାର୍ଯ୍ୟ କରିବ କଂଗ୍ରେସ: ଭକ୍ତ ଦାସ

ଭୁବନେଶ୍ୱର: ଗୁଜରାଟର ଅହମଦାବାଦ ଠାରେ ଅନୁଷ୍ଠିତ ଏଆଇସିସି ଅଧିବେଶନରେ ଏବଂ ସାବରମତୀ ଆଶ୍ରମ ରେ ଅନୁଷ୍ଠିତ ନ୍ୟାୟପଥ କାର୍ଯ୍ୟକ୍ରମରେ ଯୋଗଦେଇ ଆଜି ଫେରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ।ଏହି ଅବସରରେ ଭୁବନେଶ୍ୱର ବିମାନ ବନ୍ଦରଠାରେ ସାମ୍ବାଦିକ ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀଯୁକ୍ତ ଦାସ କହିଛନ୍ତି କି ଏଆଇସିସି ଅଧିବେଶନ ରେ ସାରା ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ଏଆଇସିସି ସଭ୍ୟ ମାନେ ଯୋଗଦେଇଥିଲେ।ସମସ୍ତେ ଜୋଷ ନେଇ ଫେରିଛନ୍ତି। ସଂକଳ୍ପ, ସମର୍ପଣ ଓ ସଦଭାବନାକୁ ନେଇ ସଂଘର୍ଷ କରିବା ଉପରେ ଆଲୋଚନା ହେଲା। ସାମାଜିକ ନ୍ୟାୟ କୁ ନେଇ ବ୍ୟାପକ ଭାବେ ଆନ୍ଦୋଲିତ କରିବାକୁ ନିଷ୍ପତି ନିଆଯାଇଛି । ଆମ ରାଜ୍ୟରେ ବୃଦ୍ଧି ପାଉଥିବା ନିର୍ଯ୍ୟାତିତ ମହିଳାଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ ସମସ୍ତ ବ୍ଲକରେ ୧୫ ତାରିଖ ଏବଂ ଜିଲ୍ଲା ସ୍ତରରେ ୨୧ ତାରିଖ ଦିନ ମଶାଲ ଯାତ୍ରା କରିବ କଂଗ୍ରେସ।

ଆୟୁଷ୍ମାନ୍ ଯୋଜନା ଉପରେ ମତ ରଖି ସେ କହିଥିଲେ ଯେ ବିଜେପି ର ଏହା କେବଳ ହୋ ହାଲ୍ଲା । ଅନେକ ଯୋଜନା ହଉଛି ହେଲେ କିଛି ମୂଲ୍ୟ ନାହିଁ । ଆୟୁଷ୍ମାନ ସେହିଭଳି ଏକ ଯୋଜନା। ବିଜେପିର କେବଳ ହୋ ହାଲା , ୧୦ ହଜାର କୋଟି, ୨୦ ହଜାର କୋଟି କିନ୍ତୁ ତାର କିଛି ମୂଲ୍ୟ ନାହିଁ । ଆୟୁଷ୍ମାନ୍ ର ସେମିତି କଣ ହେବ ।

ସେହିପରି କଂଗ୍ରେସ ନାଁରେ ୫୦୦୦ ହଜାର କର୍ମୀଙ୍କ ନାଁରେ ଏତଲା ନେଇ ମଧ୍ୟ ପ୍ରତିକ୍ରିୟା ରଖି ଶ୍ରୀଯୁକ୍ତ ଦାସ କହିଥିଲେ କି ବିଜେପି ମିଥ୍ୟା କଥା କହୁଛି ଏବଂ ଏତେ ହଜାର ଏତଲା ହୋଇଛି ବିଜେପି ପାର୍ଟି ଏମିତି କଥା କହୁଛି। ପୋଲିସ କଣ ତାଙ୍କର ବାଦ୍ୟ ଯନ୍ତ୍ର କି ? ଦୁର୍ଭାଗ୍ୟ ର କଥା ଆମର ଦୁଇ ତିନିଟା ପିଲାଙ୍କୁ ବିନା କାରଣରେ ପୋଲିସ ଗିରଫ କରିଛି।ସେମାନଙ୍କ ଭୂମିକା କିଛି ନଥିଲା। ପୋଲିସ ଉପରେ ପ୍ରେସର୍ ଥାଇପାରେ ରୁଲିଙ୍ଗ ପାର୍ଟି ର । ହେଲେବି ପୋଲିସ ର ଏମିତି କରିବା କଥା ନୂହେଁ । ପୋଲିସ ଆସୁ ଗିରଫ କରନ୍ତୁ । ଏବିଭିପି ପିଲାଙ୍କ କଥାରେ ଆମ ପିଲା କୁ ଗିରଫ କରାଯାଇଛି । ସେମାନଙ୍କ ଭୂମିକା ସେଦିନ କିଛି ନଥିଲା।ଆମର ବି ୧୦ ରୁ ଉର୍ଦ୍ଧ୍ବ କର୍ମୀ ଆହତ ହୋଇଛନ୍ତି । ଆମେ ବି କେଶ୍ କରି ପାରିବୁ ହେଲେ ଆମେ କରିନୁ । ପୋଲିସ ର ମନୋବଳ ଭାଙ୍ଗିଯିବ । ଗତ ନିର୍ବାଚନ ପରେ ବେକାର ଯୁବକ ମାନଙ୍କୁ ଚାକିରି ଦେବା ପାଇଁ ଅନେକ ଯୋଜନା କଲେ କିଛି ହେଲା ନାହିଁ।

ସେହିପରି ନବୀନ ବାବୁ ସ୍ବୀକାର କରିଛନ୍ତି କି ଦଳକୁ ପଣ୍ଡିଆନ ବହୁତ୍ ସାହାଯ୍ୟ କରିଛନ୍ତି। ଜଣେ ବିରୋକ୍ରାଟ ଭାବେ ବହୁ କାମ କରିଛନ୍ତି। ସରକାରୀ ଚାକିରୀ ରେ ଥାଇ ଏପରି କେମିତି ସମ୍ଭବ ହେଲା ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking