25.1 C
Bhubaneswar
Saturday, February 7, 2026
Homeଓଡିଶାଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା  ବ୍ଲକର ସହକାରୀ ଯନ୍ତ୍ରୀ  ପବିତ୍ର  ମୋହନ ପାଣିଗ୍ରାହୀ ଭିଜିଲାନ୍ସ ଜାଲରେ  ପଡିଛନ୍ତି । ଗତକାଲି ସନ୍ଧ୍ୟାରେ  କାରରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ  ଭିଜିଲାନ୍ସ ମାଡି ବସିଥିଲା ।  ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗର ଡିଏସପି ସଦାନନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱରେ କୋରାପୁଟ ଡିଭିଜନ ଏବଂ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ଡିଏସପି ଖବର ପାଇଥିଲେ ଯେ ନଗଦ ଟଙ୍କା ନେଇ ସହକାରୀ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନିଜ କାରରେ ଯାଉଛନ୍ତି। ଗୋବିନ୍ଦପାଲ୍ଲୀ ଛକ ନିକଟରେ ଭିଜିଲାନ୍ସ କର୍ମକର୍ତ୍ତା ଶ୍ରୀ ପାଣିଗ୍ରାହୀଙ୍କ କାରକୁ ଅଟକାଇ ଯାଞ୍ଚ କରିବା ପରେ କାରରୁ ନଗଦ ୫ ଲକ୍ଷ ୭ ହଜାର ଟଙ୍କା ଜବତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking