18.1 C
Bhubaneswar
Sunday, December 21, 2025
Homeଓଡିଶାମାଛଧରା ବୋଟ୍‌ରୁ କୋଟିଏ ଟଙ୍କାର ଗୁଆ ଜବତ

ମାଛଧରା ବୋଟ୍‌ରୁ କୋଟିଏ ଟଙ୍କାର ଗୁଆ ଜବତ

-ପାଟ୍ରୋଲିଂ ବେଳେ ଧରିଲା କୋଷ୍ଟଗାର୍ଡ, ୧୪ ଅଟକ

ପାରାଦୀପ: ସମୁଦ୍ରରେ ଏକ ମାଛଧରା ବୋଟ୍‌ରୁ ପ୍ରାୟ କୋଟିଏ ଟଙ୍କାର ଗୁଆ ଜବତ କରିଛି ଭାରତୀୟ ତଟରକ୍ଷା ବାହିନୀ। ଏତେ ପରିମାଣର ଗୁଆ ମାଛଧରା ବୋଟ୍‌ରେ କେଉଁଠିକୁ ଯାଉଥିଲା ତାହାର ତଦନ୍ତ ଆରମ୍ଭ ହୋଇଛି।

ଗୁରୁବାର କୋଷ୍ଟଗାର୍ଡ ଜାହାଜ ବରଦ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବା ସମୟରେ ଅନ୍ତର୍ଜାତୀୟ ସାମୁଦ୍ରିକ ନିୟନ୍ତ୍ରଣ ରେଖା ନିକଟରେ ଏକ ମାଛଧରା ବୋଟ୍ ସନ୍ଦେହଜନକ ଭାବେ ଯାଉଥିଲା। ‘ମାଆ ବାସନ୍ତ’ ନାମକ ଏହି ଭାରତୀୟ ମାଛଧରା ବୋଟ୍‌କୁ କୋଷ୍ଟଗାର୍ଡ ଜାହାଜ ବରଦ ଅଟକାଇଥିଲା। ଏହି ଜାହାଜରେ ୧୪ ଜଣ କର୍ମଚାରୀ ଥିଲେ। ସେମାନଙ୍କର ପରିଚୟପତ୍ର ସଠିକ୍ ନଥିବା ଜଣାପଡ଼ିଥିଲା। କୋଷ୍ଟଗାର୍ଡ ଯବାନ ଓ ଅଧିକାରୀମାନେ ଉକ୍ତ ମାଛଧରା ବୋଟ୍‌ରୁ ୪୫୦ ବ୍ୟାଗ୍ ଜବତ କରିଥିଲେ। ପ୍ରତ୍ୟେକ ବ୍ୟାଗ୍‌ର ଓଜନ ପ୍ରାୟ ୫୦ରୁ ୬୦କେଜି ହେବ। ତେବେ ଜବତ ଗୁଆଗୁଡ଼ିକର ମୋଟ ବଜାର ଦର ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ମିଳିଛି। ଏହି ବୋଟ୍ କାକଦୀପ ମାଛଧରା ଜେଟିରୁ ବିନା ସଠିକ୍ କାଗଜପତ୍ରରେ ଯାତାୟାତ କରୁଥିଲା। ଏତେ ପରିମାଣର ଗୁଆ କେଉଁଆଡ଼େ ଯାଉଥିଲା, ତାହାକୁ ନେଇ ତଦନ୍ତ ଆରମ୍ଭ କରିଛି କୋଷ୍ଟଗାର୍ଡ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମାଛଧରା ବୋଟ୍‌କୁ ଯାଞ୍ଚ କରିବା ସମୟରେ ସେଥିରୁ ଗୋଟିଏ ବି ହେଲେ ମାଛ ମିଳି ନଥିଲା। ଉକ୍ତ ମାଛଧରା ବୋଟ୍ ସହିତ ସେଥିରେ ଥିବା ୧୪ ଜଣ କର୍ମଚାରୀମାନଙ୍କୁ ଧରି କୋଷ୍ଟଗାର୍ଡ ଟିମ୍ ପାରାଦୀପ ଜିଲ୍ଲା ମୁଖ୍ୟାଳୟ-୭ରେ ପହଞ୍ôଚଥିବା ଜଣାପଡ଼ିଛି। ସମସ୍ତ କର୍ମଚାରୀ ସୁସ୍ଥଥିବା ବେଳେ ସେମାନଙ୍କୁ ଅଟକ ରଖି ଅଧିକ ତଥ୍ୟ ବାହାର କରିବାକୁ କୋଷ୍ଟଗାର୍ଡ ଉଦ୍ୟମ ଜାରି ରଖିଥିବା ନେଇ ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking