29.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶରେଳ ଟ୍ରାକ ଉପରେ ଚଲାଇଲେ କାର: ଅଳ୍ପକେ ବର୍ତ୍ତିଲେ ନିଶାଡ଼ି ଯୁବକ

ରେଳ ଟ୍ରାକ ଉପରେ ଚଲାଇଲେ କାର: ଅଳ୍ପକେ ବର୍ତ୍ତିଲେ ନିଶାଡ଼ି ଯୁବକ

ନୂଆଦିଲ୍ଲୀ: ବିହାରର ଗୋପାଳଗଞ୍ଜର ଜଣେ ବ୍ୟକ୍ତି ଗୋରଖପୁରରୁ ଏକ ପାର୍ଟିରୁ ଫେରିବା ସମୟରେ ଅନ୍ଧ ଭାବରେ ଗୁଗଲ୍ ମ୍ୟାପ୍ ଅନୁସରଣ କରି ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ଠିକଣା ଲେଖିବା ପରିବର୍ତ୍ତେ ତାଙ୍କ ଗାଁର ନାମ “ଗୋପାଳପୁର” ଟାଇପ୍ କରି ଆପ୍ ନିର୍ଦ୍ଦେଶ ଅନୁସାରେ ଗାଡ଼ି ଚଲାଇବା ଆରମ୍ଭ କରିଦେବାରୁ ମୃତ୍ୟୁମୁଖରୁ ଅଳ୍ପକେ ବଞ୍ଚିଗଲେ। ଘଟଣାଟି ଘଟିଥିବା ସମୟରେ ବ୍ୟକ୍ତି ଜଣକ ମଦ୍ୟପାନ କରି ଗାଡି ଚଲାଉଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ସେହି ବ୍ୟକ୍ତି ଜଣକ ଗୁଗୁଲ୍ ମ୍ୟାପ୍ ନିର୍ଦ୍ଦେଶ ଅନୁସରଣ କରି ଉତ୍ତର ପ୍ରଦେଶରୁ ବିହାରର ତାଙ୍କ ଗାଁକୁ ଯାଉଥିବା ସମୟରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅଞ୍ଚଳର ଡୋମିନଗଡ଼ ନିକଟରେ ଏକ ରେଳ ଟ୍ରାକରେ ଗାଡ଼ି ଚଢ଼ି ଯାଇଥିଲେ। ତାଙ୍କ କାର ଟ୍ରାକ ପାଖରେ ଥିବା ପଥରରେ ଫସି ଯାଇଥିଲା। କିଛି ମୁହୂର୍ତ୍ତ ପରେ, ଏକ ମାଲବାହୀ ଟ୍ରେନ୍ ସେହି ଟ୍ରାକ ପାଖକୁ ଆସିବାକୁ ଲାଗିଲା । ଲୋକୋ ପାଇଲଟ୍ ସମୟ ମଧ୍ୟରେ କାରଟିକୁ ଦେଖି ଜରୁରୀକାଳୀନ ବ୍ରେକ୍ ଟାଣିଲେ, ଗାଡ଼ିଠାରୁ ମାତ୍ର 5 ମିଟର ଦୂରରେ ଟ୍ରେନ୍‌କୁ ଅଟକାଇ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦେଲେ। ରେଳୱେ ସୁରକ୍ଷା ବଳ କହିଛି ଯେ ଯେ ଘଟଣା ସମୟରେ ଆଦର୍ଶ ଅତ୍ୟଧିକ ମଦ୍ୟପାନ କରିଥିଲେ। ତାଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା ଏବଂ ତାଙ୍କ କାର ଜବତ କରାଯାଇଛି। ରେଳବାଇ ପୋଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking