30.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ଏସ୍ ଜୟଶଙ୍କର

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ଏସ୍ ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ସମେତ ପ୍ରାୟ ୫୦ଟି ଦେଶ ଉପରେ ଶୁଳ୍କ ଘୋଷଣା କରିବାର କିଛି ଦିନ ପରେ, ଏପ୍ରିଲ ୭, ସୋମବାର ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ମଧ୍ୟରେ ଏକ ଫୋନ ବାର୍ତ୍ତାଳାପ ହୋଇଥିଲା। ଯେଉଁଥିରେ ଉଭୟ ନେତା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଜୟଶଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ସେ ଏବଂ ରୁବିଓ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ଯଥାଶୀଘ୍ର ଶେଷ କରିବାର ଗୁରୁତ୍ୱ ଉପରେ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ସହମତ ହୋଇଥିଲେ ଯେ ଏହି ବାଣିଜ୍ୟ ଚୁକ୍ତିକୁ ଶୀଘ୍ର ଚୂଡ଼ାନ୍ତ କରାଯିବା ଉଚିତ। ଏହି ଆଲୋଚନା ଏପରି ଏକ ସମୟରେ ହୋଇଛି ଯେତେବେଳେ ଆମେରିକାର ବାଣିଜ୍ୟ ପ୍ରତିନିଧି ବ୍ରାଣ୍ଡନ ଲିଞ୍ଚ ଭାରତ ଗସ୍ତରେ ଆସିଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଆଲୋଚନା ହୋଇଛି। ଜୟଶଙ୍କର କହିଛନ୍ତି, ‘ଆମେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ଶୀଘ୍ର ସମାପ୍ତି ବିଷୟରେ କଥା ହୋଇଛୁ।’ ମୁଁ ଆଶା କରୁଛି ଆମେ ଖୁବ ଶୀଘ୍ର ଏହି ଦିଗରେ ଆଗକୁ ବଢ଼ିବୁ।” ସେ ଏହା ମଧ୍ୟ କହିଛନ୍ତି ଯେ ସେ ରୁବିଓଙ୍କ ସହ ଯୋଗାଯୋଗରେ ରହିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking