31.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶୱାକଫ୍ ଆଇନ୍ ବୈଧତାକୁ ଚ୍ୟାଲେଞ୍ଜ୍‌; ଆବେଦନ ଉପରେ ଶୁଣାଣି ପାଇଁ ରାଜିହେଲେ ସୁପ୍ରିମକୋର୍ଟ

ୱାକଫ୍ ଆଇନ୍ ବୈଧତାକୁ ଚ୍ୟାଲେଞ୍ଜ୍‌; ଆବେଦନ ଉପରେ ଶୁଣାଣି ପାଇଁ ରାଜିହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୱାକଫ୍ (ସଂଶୋଧନ) ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ତୁରନ୍ତ ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ଉପରେ ବିଚାର କରିବାକୁ ସୋମବାର ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ଏବଂ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠଙ୍କ ସମ୍ମୁଖରେ ଜମିଆତ୍ ଉଲାମା-ଇ-ହିନ୍ଦ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ସୁପ୍ରିମକୋର୍ଟ ୱାକଫ୍ (ସଂଶୋଧନ) ଆଇନ, ୨୦୨୫ ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନର ତଥ୍ୟ ଉପସ୍ଥାପନ କରିଥିଲେ। ବରିଷ୍ଠ ଓକିଲ କପିଲ ସିବଲଙ୍କ ଆବେଦନ ଉପରେ ଧ୍ୟାନ ଦେଇ ଖଣ୍ଡପୀଠ କହିଥିଲେ ଯେ, ଏହି ପ୍ରସଙ୍ଗରେ ଅନେକ ଆବେଦନ ରହିଛି ଏବଂ ସେଗୁଡ଼ିକୁ ଜରୁରୀ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବା ଆବଶ୍ୟକ। ସିବଲଙ୍କ ବ୍ୟତୀତ, ବରିଷ୍ଠ ଓକିଲ ଅଭିଷେକ ସିଂଘଭି ଏବଂ ଓକିଲ ନିଜାମ ପାଶା ଜରୁରୀ ତାଲିକାଭୁକ୍ତ କରିବା ପାଇଁ ଅନ୍ୟ ଆବେଦନଗୁଡ଼ିକର ଉଲ୍ଲେଖ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking