24.1 C
Bhubaneswar
Friday, February 6, 2026
Homeଖେଳଆଇପିଏଲ: ମୁମ୍ବାଇକୁ ହରାଇଲା ବେଙ୍ଗାଲୁରୁ

ଆଇପିଏଲ: ମୁମ୍ବାଇକୁ ହରାଇଲା ବେଙ୍ଗାଲୁରୁ

ମୁମ୍ବାଇ: ଓ୍ଵାଙ୍ଖେଡ଼େରେ ଛକା-ଚୌକାର ବର୍ଷା। ସଂଘର୍ଷପୂର୍ଣ୍ଣ ଓ ତୀବ୍ର ପ୍ରତିଦ୍ଵନ୍ଦ୍ଵିତାପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଉ ଶେଷ ପର୍ଯ୍ୟନ୍ତ ଲଢି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ। ଦୀର୍ଘ ୧୦ ବର୍ଷ ପରେ ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଲାଗି ରହିଥିବା ପରାଜୟର ଧାରାକୁ ଭାଙ୍ଗି ପାରିଛି ବେଙ୍ଗାଲୁରୁ। ଆଇପିଏଲ୍‌ର ୨୦ତମ ମ୍ୟାଚ୍‌ରେ ବେଙ୍ଗାଲୁରୁ ମୁମ୍ବାଇକୁ ୧୦ ରନରେ ହରାଇ ପାରିଛି।

ତିଳକ ବର୍ମାଙ୍କ ବିସ୍ଫୋରକ ଇନିଂସ ବୃଥା ହୋଇଛି। ଚଳିତ ସିଜିନରେ ତୃତୀୟ ବିଜୟ ସହ ଆରସିବି ପଏଣ୍ଟ ତାଲିକାରେ ତୃତୀୟରେ ଥିବା ବେଳେ ମୁମ୍ବାଇ ଚତୁର୍ଥ ପରାଜୟ ସହ ଅଷ୍ଟମ ସ୍ଥାନରେ ରହିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୫ ଓ୍ଵିକେଟ୍ ହରାଇ ୨୨୧ ରନ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି ୬୭ ରନ, ରଜତ ପାଟିଦାର ୬୪ ରନ ଓ ଜିତେଶ ଶର୍ମା ୪୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଜବାବରେ ମୁମ୍ବାଇ ଶେଷ ପର୍ଯ୍ୟନ୍ତ ଲଢି ୯ ଓ୍ଵିକେଟ୍ ହରା ୨୦୯ ରନ କରି ପାରିଛି। ତିଳକ ବର୍ମା ୫୬ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୨ ରନର ଧୂଆଁଧାର ଇନିଂସ ଖେଳିଥିଲେ। ବୋଲିଂରେ ଆରସିବି ପକ୍ଷରୁ କୃଣାଲ ପାଣ୍ଡ୍ୟା ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଆରମ୍ଭରୁ ଫିଲିପ ସଲ୍ଟଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ବିରାଟ କୋହଲି ଓ ଦେବଦତ୍ତ ପଡ଼ିକଲ୍ଲଙ୍କ ମଧ୍ୟ ଏକ ଲଢୁଆ ଭାଗିଦାରୀ ଦେଖିବାକୁ ମିଳିଥିଲା । ବିରାଟ ୬୭ ରନ କରିଥିବାବେଳେ ପଡିକଲ୍ଲ ୩୭ ରନ କରିଥିଲେ । ସେହିପରି ରଜତ ପଟିଦାର ୬୪ ରନର ଉପଯୋଗୀ ପାଳି ଖେଳିଥିଲେ । ଶେଷ ଓଭରଗୁଡ଼ିକରେ ଜିତେଶ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ମାତ୍ର ୧୯ଟି ବଲରେ ୪୦ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୨୧ ରନ କରିଥିଲା । ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଟ୍ରେଣ୍ଟ ବୋଲ୍ଟ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ବିଘ୍ନେଶ ପୁଥୁର ଗୋଟିଏ ଓ୍ବିକେଟ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking