31.1 C
Bhubaneswar
Saturday, February 7, 2026
Homeଓଡିଶାସୋଆ କମ୍ୟୁନିଟି ରେଡିଓରେ ହିନ୍ଦୁସ୍ତାନ ଉର୍ବରକ ଆଣ୍ଡ ରସାୟନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକଙ୍କ ଆଲୋଚନା

ସୋଆ କମ୍ୟୁନିଟି ରେଡିଓରେ ହିନ୍ଦୁସ୍ତାନ ଉର୍ବରକ ଆଣ୍ଡ ରସାୟନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକଙ୍କ ଆଲୋଚନା

ଭୁବନେଶ୍ୱର: ସନ୍ତୁଳିତ ସାର ଉତ୍ପାଦନ ଏବଂ ଚିରନ୍ତନ କୃଷି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ କମ୍ୟୁନିଟି ରେଡ଼ିଓ ୯୦. ୪ ପକ୍ଷରୁ ଏକ ସ୍ୱତବ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ହିନ୍ଦୁସ୍ତାନ୍ ଉର୍ବରକ ଆଣ୍ଡ ରସାୟନ ଲିମିଟେଡ (ହର୍ଲ) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏସ୍‌. ପି. ମହାନ୍ତି ଯୋଗ ଦେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ। ପିଏମ -ପ୍ରଣାମ ପ୍ରକଳ୍ପର ପ୍ରଥମ ବର୍ଷ ପୂର୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତି ଜୈବିକ ସାରର ପ୍ରୟୋଗ ଏବଂ ସବୁଜ କୃଷିର ଭବିଷ୍ୟତ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଶିଳ୍ପ ଅଭିବୃଦ୍ଧି ଏବଂ ପରିବେଶର ଦାୟିତ୍ୱ ମଧ୍ୟରେ ସମାନତା ଆଣିବା ସମ୍ପର୍କରେ ସେ ଗୁରୁତ୍ୱାରୋପ
କରିଥିଲେ। ସୋଆ କମ୍ୟୁନିଟି ରେଡ଼ିଓ ସବୁ ସମୟରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିଥାଏ ବୋଲି ଏହାର ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking