26.1 C
Bhubaneswar
Thursday, December 18, 2025
Homeଓଡିଶାଧର୍ମନିରପେକ୍ଷ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ: ବିଜେଡି

ଧର୍ମନିରପେକ୍ଷ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ: ବିଜେଡି

ଭୁବନେଶ୍ବର: ନବୀନ ନିବାସରେ ଆଜି ସନ୍ଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ପରେ ବରିଷ୍ଠ ବିଜେଡି ନେତାମାନେ ନବୀନ ନିବାସରୁ ବାହାରି ଯାଇଛନ୍ତି। ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସଂଗଠନ ସଂପର୍କରେ ଆଲୋଚନା ହୋଇଥିବା କହିଛନ୍ତି। ଓଡ଼ିଶା ବିଧାନସଭାର ଉପନେତା ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ୱାକଫ୍‌ ବିଲ୍ ସଂପର୍କରେ ବି ଆଲୋଚନା ହୋଇଛି। ବି‌ଜୁ ଜନତା ଦଳ (ବିଜେଡି) ଏକ ଧର୍ମନିରପେକ୍ଷ ଦଳ। ଅତୀତରେ ଯେମିତି ଧର୍ମନିରପେକ୍ଷ ଥିଲା ଠିକ୍‌ ସେହିପରି ଆଗାମୀ ଦିନରେ ମଧ୍ୟ ରହିବ। ଧର୍ମନିରପେକ୍ଷ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ସମଦୂରତ୍ବ ମଧ୍ୟ ବଜାୟ ରହିଛି। ବିଜେଡି ପାଇଁ ରାଜ୍ୟର ସ୍ବାର୍ଥ ଅଧିକ ଗୁରୁତ୍ବପୂର୍ଣ୍ଣ। ନବୀନ ନିବାସରେ ହୋଇଥିବା ଆଲୋଚନାରେ ଦଳର ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ଶଶିଭୂଷଣ ବେହେରା, ରଜନୀକାନ୍ତ ସିଂ, ନୃସିଂହ ସାହୁ, ଚନ୍ଦ୍ରଶେଖର ସାହୁ, ଆୟୁବ ଖାଁ, ପ୍ରଫୁଲ୍ଲ ସାମଲ, ପଦ୍ମନାଭ ବେହେରା, ଅଶୋକ ପଣ୍ଡା, ଭୂପିନ୍ଦର ସିଂ, ରଘୁ ସାହୁ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking