15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆଉ ଏକ ସଫଳତା ଫର୍ଦ୍ଦ ଯୋଡିଲା ଦକ୍ଷିଣ-ପୂର୍ବ ରେଳପଥ

ଆଉ ଏକ ସଫଳତା ଫର୍ଦ୍ଦ ଯୋଡିଲା ଦକ୍ଷିଣ-ପୂର୍ବ ରେଳପଥ

କୋଲକତା: ଦକ୍ଷିଣ ପୂର୍ବ ରେଳବାଇ (ଏସ୍‌ଇଆର୍‌) ମାଲ୍ ପରିବହନ କ୍ଷେତ୍ରରେ ନିଜର ସମସ୍ତ ପୁରୁଣା ରେକର୍ଡକୁ ପଛରେ ପକାଇବା ସହ ୨୦୨୪-୨୫ ଅର୍ଥବର୍ଷ ପାଇଁ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଏସ୍‌ଇଆର୍ ୨୦୨୪-୨୫ ଆର୍ôଥକ ବର୍ଷରେ ରେକର୍ଡ ପରିମାଣର ୨୧୨.୩୭ ନିୟୁତ ଟନ୍ ମାଲ ପରିବହନ କରିବାରେ ସଫଳ ହୋଇଛି। ଏହା ଦକ୍ଷିଣ ପୂର୍ବ ରେଳବାଇର ଏପର୍ଯ୍ୟନ୍ତର ସର୍ବାଧିକ ମାଲ୍ ପରିବହନଜନିତ ପ୍ରଦର୍ଶନ। ସେହିପରି ଗତବର୍ଷ ତୁଳନାରେ, ଏହା ଏସ୍‌ଇଆର୍‌ର ମାଲ ପରିବହନରେ ୦.୩୬% ଅଭିବୃଦ୍ଧି ଭାବେ ମଧ୍ୟ ଏକ ସଫଳତା ହାସଲ କରିଛି। ଚକ୍ରଧରପୁର ଡିଭିଜନ ଏବଂ ଆଡ୍ରା ଡିଭିଜନ୍ ମଧ୍ୟ ମାଲ ପରିବହନରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି ଏବଂ ସର୍ବୋତ୍ତମ ଲୋଡିଂ ପ୍ରଦର୍ଶନ ହାସଲ କରିଛନ୍ତି। ଚକ୍ରଧରପୁର ଡିଭିଜନ ୧୫୪.୦୪ ନିୟୁତ ଟନ୍ ଲୋଡ୍ କରିଛି ଯାହା ଗତ ଆର୍ôଥକ ବର୍ଷ ତୁଳନାରେ ୩.୨୫% ଅଧିକ। ଆଦ୍ରା ଡିଭିଜନ ୨୯.୧୨ ନିୟୁତ ଟନ୍ ଲୋଡ୍ କରିଛି ଯାହା ଗତ ଆର୍ôଥକ ବର୍ଷ ତୁଳନାରେ ୪.୧୬% ଅଧିକ।

୨୦୨୪-୨୫ ମଧ୍ୟରେ ଦକ୍ଷିଣ ପୂର୍ବ ରେଳବାଇ ଦ୍ୱାରା ମାଲ ପରିବହନରୁ ରାଜସ୍ୱ ଉତ୍ପାଦନ ୧୮୯୪୯.୮୩ କୋଟି ଟଙ୍କା (ପ୍ରାୟ) ହୋଇଛି। ଏହି ଉତ୍କୃଷ୍ଟ ମାଲ ପରିବହନ କାର୍ଯ୍ୟଦକ୍ଷତାରେ ଏସ୍‌ଇଆର୍ କେତେକ ମାଇଲଷ୍ଟୋନ୍ ମଧ୍ୟ ହାସଲ କରିଛି। ଏସବୁ ମାଇଲଷ୍ଟୋନ୍ ମଧ୍ୟରେ ଗୋଟିଏ ଦିନରେ ସର୍ବୋତ୍ତମ ଲୋଡିଂ (୩୧ ମାର୍ଚ୍ଚ, ୨୦୨୫) -୧.୭୮ ନିୟୁତ ଟନ୍‌, ପୂର୍ବ ସର୍ବୋତ୍ତମ ତୁଳନାରେ ୩୦.୯% ଅଧିକ, ୩୪୯ ଦିନରେ (୧୫.୦୩.୨୦୨୫ ରେ) ଦ୍ରୁତତମ ୨୦୦ ନିୟୁତ ଟନ୍ ଲୋଡିଂ, ସର୍ବୋତ୍ତମ କୋଇଲା ଲୋଡିଂ – ୫୫.୫୬ ନିୟୁତ ଟନ୍‌, ଯାହା ପୂର୍ବ ଆର୍ôଥକ ବର୍ଷ ତୁଳନାରେ ୪.୨୩% ଅଧିକ, ଏହି ବର୍ଷ ସର୍ବୋତ୍ତମ କଣ୍ଟେନର ଲୋଡିଂ – ୨.୪୩ ନିୟୁତ ଟନ୍‌, ପୂର୍ବ ଆର୍ôଥକ ବର୍ଷ ତୁଳନାରେ ୪୪.୮% ଅଧିକ, ଏହି ବର୍ଷ ସର୍ବୋତ୍ତମ ସାର ଲୋଡିଂ – ୦.୯୨ ନିୟୁତ ଟନ୍‌, ପୂର୍ବ ଆର୍ôଥକ ବର୍ଷ ତୁଳନାରେ ୧୬.୨% ଅଧିକ, ଶ୍ରେଷ୍ଠ ୬.୪୧ ନିୟୁତ ଟନ୍‌ର ବିଓଜି ଲୋଡିଂ ଯାହାକି ପୂର୍ବ ଆର୍ôଥକ ବର୍ଷ ତୁଳନାରେ ୪.୪୩% ଅଧିକ ଭଳି ଅନେକ ସଫଳତା ହାସଲ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking