28.1 C
Bhubaneswar
Tuesday, February 3, 2026
Homeଓଡିଶାସରକାରଙ୍କ ପୃଷ୍ଠପୋଷକତାରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ: ବିଜେଡି

ସରକାରଙ୍କ ପୃଷ୍ଠପୋଷକତାରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ: ବିଜେଡି

– ପୋଲିସ୍ ବିଜେପି ନେତାଙ୍କ ହାତରେ ସଖୀ କଣ୍ଢେଇ ସାଜିଛି
– ବିଜେପି ସରକାର ସମୟରେ ବର୍ଷକରେ ଦୁଷ୍କର୍ମ ୮ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଏମିତି ଏକ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି ଯେଉଁଠାରେ ଅପରାଧୀମାନେ ବିଜେପି ନେତାଙ୍କ ପୃଷ୍ଠପୋଷକତାରେ ରହି ଖୋଲାଖୋଲି ଭାବେ ଆଇନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଉଥିବା ବେଳେ ପୋଲିସ୍ ନିଦାବିଷ୍ଣୁ ସାଜିଛି ବୋଲି ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି । ଡ଼ ମହାନ୍ତି କହିଥିଲେ ଯେ, ଗତକାଲି ରାଜ୍ୟର ରାଜଧାନୀ ସମେତ କବିସୂର୍ଯ୍ୟନଗର, କୋରେଇ, ପୁରୁଷୋତ୍ତମପୁରରେ ଘଟିଥିବା ଘଟଣା ରାଜ୍ୟରେ ଆଇନଶୃଙ୍ଖଳା ପରସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ରାଜ୍ୟରେ ପୋଲିସ୍‌ର ଗୈରିକକରଣ ଆରମ୍ଭ ହୋଇଛି । ମାତ୍ରାଧିକ ଭାବେ ପୋଲିସ୍ ବିଭାଗ ବିଜେପି ଦଳର ନେତା ମାନଙ୍କ ଦ୍ୱାରା ଚାପଗ୍ରସ୍ତ ହେଉଥିବା ବେଳେ ଅସାମାଜିକ ବ୍ୟକ୍ତିମାନେ ସରକାରୀ ଦଳର ପୃଷ୍ଠପୋଷକତାରେ ରହି ପୋଲିସ୍‌କୁ ଖାତିର କରୁନଥିବା ଦେଖିବାକୁ ମିଳୁଛି । ପୋଲିସ୍ ବିଜେପି ନେତାଙ୍କ ହାତରେ ସଖୀ କଣ୍ଢେଇ ସାଜିଛି ।

ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଶ୍ୱେତପତ୍ର ହିଁ ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ଅସଲ ମୁଖା ଖୋଲିଛି । ଶ୍ୱେତପତ୍ରର ଦୁଇଟି ଦିଗକୁ ଯଦି ଦେଖାଯିବ, ପ୍ରଥମଟି ହେଉଛି ଗତବର୍ଷ ଅପେକ୍ଷା ଚଳିତବର୍ଷ ଦୁଷ୍କର୍ମ ସଂଖ୍ୟା ୮ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ଦୁଷ୍କର୍ମ ସଂଖ୍ୟା ବୃଦ୍ଧି ପାଉଥିବା ହାର ଅପେକ୍ଷା ଓଡ଼ିଶାରେ ଦୁଷ୍କର୍ମ ବୃଦ୍ଧି ହାରରେ ଅହେତୂକ ବୃଦ୍ଧି ପାଉଛି । ରାଜ୍ୟରେ ବର୍ତ୍ତମାନ ସାମ୍ପ୍ରଦାୟିକ ଦଙ୍ଗା ବଢୁଥବି । ବେଳେ ହତ୍ୟା, ଚୋରି, ରାହାଜାନିର ମାତ୍ରା ମଧ୍ୟ ବୃଦ୍ଧି ପାଇଛି । ହୋଲି ଦିନ ରାଜ୍ୟରେ ୮ ଜଣଙ୍କ ହତ୍ୟା ପୋଲିସ୍‌ର ପାରିବାପଣିଆକୁ ପଦାରେ ପକାଇଛି । ଗତକାଲି ରାଜଧାନୀର ଭରତପୁର ଅଞ୍ଚଳରେ ସୁପାରୀକିଲରଙ୍କୁ ଡାକି ସ୍ଥାନୀୟ ଯୁବକ ଆତଙ୍କରାଜ କରିବା ସହିତ କମିଶନରେଟ୍ ପୋଲିସ୍ ଉପରେ ଆକ୍ରମଣ କରିବା ଘଟଣା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି । ସେହିଭଳି କୋରେଇ ଅଞ୍ଚଳରେ ଚୋର ଧରିବାକୁ ଯାଇ ନିଜେ ପୋଲିସ୍ ଅଧିକାରୀ ମହିଳାଙ୍କ ଠାରୁ ମାଡ଼ ଖାଇବା ଘଟଣା ପୋଲିସ୍‌ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ସେହିଭଳି କବିସୂର୍ଯ୍ୟନଗରରେ ଖୋଦ୍ ବିଜେପି ଦଳର ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥବି । ବେଳେ ପୁରୁଷୋତ୍ତମପୁରର ହତ୍ୟା ଘଟଣା ରାଜ୍ୟରେ ମୁକୁଳା ଆଇନ ବ୍ୟବସ୍ଥାର ଚିତ୍ରକୁ ସ୍ପଷ୍ଟ କରିଛି । ଯଦି ନିଜେ ପୋଲିସ୍ ସୁରକ୍ଷିତ ନୁହେଁ, ସାଧାରଣ ଲୋକେ କିପରି ସୁରକ୍ଷିତ ରହିବେ ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ କଥା କହିଲେ ବର୍ତ୍ତମାନ ରାଜ୍ୟ ସରକାର ଚିହିଁକି ଉଠୁଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ କରିବା ବର୍ତ୍ତମାନ ରାଜ୍ୟ ସରକାରଙ୍କ ହାତରେ ନାହିଁ । ବର୍ତ୍ତମାନ ଗୃହ ବିଭାଗ ଦାୟିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବାବେଳେ ତାଙ୍କର ନିରବତା ବିଜେପି ସରକାରର ଶାସନ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭାରି ହେଉଛି, ତେବେ ସେ ବିଭାଗକୁ ଛାଡ଼ି ଦିଅନ୍ତୁ ବୋଲି ଡ଼ ମହାନ୍ତି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking