25.1 C
Bhubaneswar
Friday, December 19, 2025
Homeଓଡିଶାଶରୀର ପାଇଁ କେତେ ବିପଦ ହୋଇଥାଏ କୋଲ୍ଟଡ୍ରିଙ୍କସ୍ ଆସନ୍ତୁ ଜାଣିବା..

ଶରୀର ପାଇଁ କେତେ ବିପଦ ହୋଇଥାଏ କୋଲ୍ଟଡ୍ରିଙ୍କସ୍ ଆସନ୍ତୁ ଜାଣିବା..

ଭୁବନେଶ୍ୱର: ଚାଲିଛି ଗ୍ରୀଷ୍ମଋତୁ । ଆଉ ଖରାଦିନ ଆସିବା ମାତ୍ରା ମୃଦୁ ପାନୀୟ ବା କୋଲ୍ଟଡ୍ରିଙ୍କସ୍‌ର ଚାହିଦା ବଢ଼ିଯାଏ । ତାତିରେ ଟିକିଏ ହାଲିଆ ଲାଗିଲେ ଶୋଷ ମେଣ୍ଟାଇବା ପାଇଁ ମନ ପ୍ରଥମେ ଖୋଜେ ମୃଦୁ ପାନୀୟ । ତେବେ ଶୋଷ ମେଣ୍ଟାଉଥିବା ଏହି ସଫ୍ଟଡ୍ରିଙ୍କସ୍‌ର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ କି । ଏହାକୁ ପିଇବା ଦ୍ୱାରା ଶରୀର ଉପରେ ଏହାର କି ପ୍ରଭାବ ପଡ଼ିଥାଏ ସେନେଇ କ’ଣ କହୁଛନ୍ତି ଡାଏଟେସିଆନ ଅନମୟୀ ନନ୍ଦ। ଆସନ୍ତୁ ଜାଣିବା…

ଖରା ଆସିଲେ ଲୋକମାନେ ନିଜକୁ ଥଣ୍ଡା ରଖିବା ପାଇଁ ବା ଗରମରୁ ରକ୍ଷା ପାଇବା ପାଇଁ ପ୍ରାୟତଃ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ଏହା ବ୍ୟତୀତ ଅନେକ ଲୋକ ସ୍ନାକ୍ସ ସହ ଥଣ୍ଡା ପାନୀୟ ମଧ୍ୟ ପିଅନ୍ତି । ଏହାର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯଦି ପ୍ରତିଦିନ କୋଲ୍ଡଡ୍ରିଙ୍କସ୍ ପିଅନ୍ତି । ତେବେ ଡାଏଟେସିଆନ ଅନମୟୀ ନନ୍ଦଙ୍କ କହିବା ଅନୁସାରେ, ଗରମରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ପିଉଥିବା କୋଲ୍ଟଡ୍ରିଙ୍କସ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି ପହଞ୍ଚାଏ । ସୋଡା କିମ୍ବା କୋଲ୍ଟଡ୍ରିଙ୍କସକୁ ପିଇବା ଦ୍ୱାରା ଶରୀର ପାଇଁ ଏହା କୌଣସି ଲାଭ ଦିଏ ନାହିଁ ବରଂ ଏହା ଶରୀର ପାଇଁ ଅନେକ କ୍ଷତି କରିଥାଏ । ବିଶେଷ ଭାବରେ ଏହାକୁ ପିଇବା ଦ୍ୱାରା ଓଜନ ବୃଦ୍ଧି ଏବଂ ମଧୁମେହ ହେବାର ଆଶଙ୍କା ବଢିଥାଏ ।

ଡାଏଟେସିଆନ ଅନମୟୀ ନନ୍ଦ କହିଛନ୍ତି, “ଅତ୍ୟଧିକ ଗରମ ସମୟରେ ଲୋକ ତୃଷ୍ଣା ମେଣ୍ଟାଇବା ପାଇଁ କୋଲ୍ଟଡ୍ରିଙ୍କସ୍ ପିଅନ୍ତି । କୋଲ୍ଟଡ୍ରିଙ୍କସ ସ୍ୱାସ୍ଥ୍ୟା ପାଇଁ ବିପଦଜନକ । ଅତ୍ୟଧିକ ଗରମ ସମୟରେ ଅଧିକ ଥଣ୍ଡା ପାନୀୟ ପିଇବା ଫଳରେ ଆକଷ୍ମିକ ହୃଦଘାତ ହେବାର ସମ୍ଭାବନା ରହିଛି । ଏହାସହ କୋଲ୍ଡଡ୍ରିଙ୍କସ୍ ଦ୍ୱାରା ଶରୀରରେ ଇନ୍‌ଫେକସନ୍ ହୋଇଥାଏ । କେବଳ ଗ୍ରୀଷ୍ମଋତୁ ନୁହେଁ, କେଉଁ ବି ଋତୁରେ କୋଲ୍ଟଡ୍ରିଙ୍କସ ପିଇବା ଉଚିତ ନୁହେଁ । ଏହା କେବଳ ପାଟିକୁ ସ୍ୱାଦିଷ୍ଟ ଲାଗିଥାଏ । ମାତ୍ର ଏଥିରୁ ଶରୀରରକୁ କୌଣସି ପ୍ରୋଟିନ ମିଳି ନଥାଏ । ସେହିପରି ବଜାରରେ ମିଳୁଥିବା ଥଣ୍ଡା ଅର୍ଥାତ ସୋଡା ପିଇବା ଦ୍ୱାରା ଏଥିରେ ଥିବା ରାସାୟନିକ ପଦାର୍ଥ କ୍ୟାନସର ହେବାର କାରଣ ହୋଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking