20.1 C
Bhubaneswar
Wednesday, December 17, 2025
Homeଓଡିଶାଯାଜପୁର ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ଯାଜପୁର ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ଯାଜପୁର: ଯାଜପୁର ଜିଲ୍ଲାର ନିର୍ମାଣ ଏବଂ ଅଣସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ଜିଲ୍ଲାପାଳ ଶ୍ରୀମତି ପି ଅନ୍ଵେଷା ରେଡ୍ଡୀ ଙ୍କ ନିର୍ଦ୍ଦେଶରେ ଜିଲ୍ଲାସ୍ତରୀୟ ସହାୟତା ବଣ୍ଟନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସହାୟତା ରାଶି ପ୍ରଦାନ କାର‌୍ୟ୍ୟକ୍ରମରେ ଯାଜପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ନବକ୍ରୀଷ୍ଣ ଜେନା ଯୋଗ ଦେଇ ଶ୍ରମିକ ମାନଙ୍କୁ ଏକ କୋଟି ରୁ ଉର୍ଦ୍ଧ୍ଵ ସହାୟତା ରାଶି ଶ୍ରମିକ ମାନଙ୍କ ଆକାଉଣ୍ଟ କୁ ସିଧା ସଳଖ ପ୍ରଦାନ କରିଥିଲେ l ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ଶିବ ଶଙ୍କର ମିଶ୍ର,ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ସତ୍ୟନାରାୟଣ ଆଚାର‌୍ୟ୍ୟ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁଧିର କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କ ସହଯୋଗରେ ଏହି ସହାୟତା ପ୍ରଦାନ କାର‌୍ୟ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି l ଡମି ଚେକ ପ୍ରଦାନ କଲାବେଳେ ଶ୍ରମ କାର‌୍ୟ୍ୟାଳୟର ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଞ୍ଜିତ କୁମାର ଦେଓ ଉପସ୍ଥିତ ଥିଲେ କ୍ଷ ଏହି କାର‌୍ୟ୍ୟକ୍ରମରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ୪୫୦ ଜଣ ଆବେଦନକାରୀଙ୍କୁ ସର୍ବମୋଟ ୧ କୋଟି ୬୩ ଲକ୍ଷ ୫ ହଜାର ୨୦୦ ଟଙ୍କାର ଅର୍ଥ ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥିଲା କ୍ଷ ବିବାହ କାଳୀନ ସହାୟତା ବାବଦରେ ୧୯୧ ଜଣଙ୍କୁ ୯୩,୦୦,୦୦୦  ଟଙ୍କା,ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ୨୩ ଉତ୍ତରାଧିକାରୀଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ ୪୮,୦୦,୦୦୦   ଟଙ୍କା, ସେହିପରି ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ୧୭ ଉତ୍ତରାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୮୫,୦୦୦ ଟଙ୍କା, ପ୍ରସୂତୀକାଳୀନ ସହାୟତା ବାବଦରେ ୭ ଜଣଙ୍କୁ ୭୦,୦୦୦   ଟଙ୍କା ଏବଂ ୨୧୨ ଜଣ ହିତାଧିକାରୀଙ୍କ ପିଲା ପଢିବା ପାଇଁ ଶିକ୍ଷା ସହାୟତା ବାବଦରେ ୨୦,୫୦,୨୦୦  ଟଙ୍କା ପ୍ରଦାନ କରାଯାଇଥିଲା କ୍ଷ ଏତଦ ଭିନ୍ନ ଓଡ଼ିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୩ ଜଣ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ ୫,୦୦,୦୦୦  ଟଙ୍କା ପ୍ରଦାନ କରାଯାଇଥିଲାl

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking