16.1 C
Bhubaneswar
Sunday, December 21, 2025
Homeଓଡିଶାଜାତୀୟ ଶିକ୍ଷା ପ୍ରଶିକ୍ଷଣ ଯୋଜନା

ଜାତୀୟ ଶିକ୍ଷା ପ୍ରଶିକ୍ଷଣ ଯୋଜନା

ଯାଜପୁର: ଯାଜପୁର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଜାତୀୟ ଶିକ୍ଷାନବିସ ପ୍ରଶିକ୍ଷଣ ଯୋଜନା ର ଶୁଭ ଉଦ୍ଘାଟନ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦ୍ବିବେଦୀ ଦ୍ବୀପ ପ୍ରଜ୍ବଳନ କରି ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚ ତର ଶିକ୍ଷା ବିଭାଗର ବ୍ଯବହାରିକ ପ୍ରଶିକ୍ଷଣ ବୋର୍ଡ଼ ର ପୂର୍ବାଞ୍ଚଳ କ୍ଷେତ୍ରର ବିଶେଷ କାର୍ଯାଧିକାରିଣୀ ଶୁଶ୍ରୀ ଖୁଶଵୁ ଜୟସ୍ବାଲ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ ୪୦୦ +୩ ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଆରମ୍ଭରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦ୍ବିବେଦୀ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଶୁଶ୍ରୀ ଜୟସ୍ବାଲ ଙ୍କୁ ସମ୍ମାନିତ କରିଥିଲେ। ନିଯୁକ୍ତି ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦାୟିତ୍ୱରେ ଥିବା ଅଧ୍ୟାପକ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଅତିଥି ପରିଚୟ ପ୍ରଦାନ କରିବା ସହିତ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଦୀର୍ଘ ଦୁଇଘଣ୍ଟାଧରି ଚାଲିଥିଲା। ୧୮୯ ଜଣ ଛାତ୍ରଛାତ୍ରୀ ଜାତୀୟ ଶିକ୍ଷାନବିସ ପ୍ରଶିକ୍ଷଣ ଯୋଜନା ରେ ନିଜର ନାମ ପଞ୍ଜିକରଣ କରିଥିଲେ। ପଞ୍ଜୀକୃତ ହୋଇଥିବା ଛାତ୍ରଛାତ୍ରୀ ମାନେ ଭବିଷ୍ୟତ ରେ ନାଟ୍ ସ ଅଧୀନରେ ପ୍ରଶିକ୍ଷଣ ପ୍ରାପ୍ତ ହୋଇ ୩୦ ଗୋଟି ନାମୀଦାମୀ କମ୍ପାନୀ ରେ କାର୍ଯ୍ୟ କରିବାର ସୁଯୋଗ ପାଇବେ । ଆଗାମୀ ଦିନରେ ମହାବିଦ୍ୟାଳୟ ର ହଜାର ହଜାର ଛାତ୍ରଛାତ୍ରୀ ନାମ ପଞ୍ଜିକୃତ କରି ଏହାର ସୁଯୋଗ ନେବାକୁ ଶୁଶ୍ରୀ ଜୟସ୍ବାଲ ଛାତ୍ରଛାତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ। ଶେଷରେ ଅର୍ଥ‌‌‌ ନୀତି ବିଭାଗର ଅଧ୍ୟାପକ ଶ୍ରୀ ଯୁକ୍ତ ସନାତନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ଅଧ୍ୟାପିକା ଡଃ ଚିରସ୍ମିତା ମିଶ୍ର ,ଶ୍ରୀମତି ପ୍ରମୋଦିନୀ ତରାଇ ଅଧ୍ୟାପକ ବିଷ୍ଣୁ ଚରଣ ବିରୁଡି, ଦୁଷ୍ମନ୍ତ ବେହେରା,ଗୋଲକ ବିହାରୀ ମହାକୁଡ଼ ଓ ଅଜୟ କୁମାର ପଣ୍ଡା ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking