21.1 C
Bhubaneswar
Saturday, February 14, 2026
Homeଓଡିଶାଜାତୀୟ ରାଜପଥରୁ ବେଆଇନ୍ ଗୋରୁ ବୋଝେଇ କଣ୍ଟେନର ଜବତ 

ଜାତୀୟ ରାଜପଥରୁ ବେଆଇନ୍ ଗୋରୁ ବୋଝେଇ କଣ୍ଟେନର ଜବତ 

ଯାଜପୁର: ଯାଜପୁର ଜିଲ୍ଲା ବିଭିନ୍ନ ଅଞ୍ଚଳ ରେ ଗୋରୁ ଗାଈମାନଙ୍କୁ ଅବାଦ ରେ ବାହାର ରାଜ୍ୟ କୁ ଚାଲାଣ ହେବା ଗୋରୁ ସମ୍ପଦ ଉପରେ ବିପଦ ଘେନେଉଚି ଦୈନିକ ବଜ୍ରଙ୍ଗ ଦଳ ବିଶ୍ବି ହିନ୍ଦୁ ର କର୍ମ କର୍ତ୍ତା ହାତ ଧରା ପଡୁ ଚନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଳିଙ୍ଗନଗର ଥାନା ଅନ୍ତର୍ଗତ ଡ଼ୁବୁରୀ ଆସାମ ପେଟ୍ରୋଲ ପମ୍ପ ପାଖ 53 ନଂ ଜାତୀୟ ରାଜପଥରୁ ଚତୁର୍ଥ ବାର ରବିବାର ବିଳମ୍ବିତ ରାତିରେ ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଏକ ବେଆଇନ୍ ଗୋରୁ ବୋଝେଇ କଣ୍ଟେନର ଜବତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଏକ କଣ୍ଟେନର ଢେଙ୍କାନାଳ ଅଞ୍ଚଳରୁ ଗୋରୁ ବୋଝେଇ କରି ସୁକିନ୍ଦା ରାଜପଥ ଦେଇ କଲିକତା ଅଭିମୁଖେ ଯାଉଥିବା ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନେ ବିଶେଷ ସୁତ୍ରରୁ ସୂଚନା ପାଇଥିଲେ । ରବିବାର ରାତି 12 ଘଟିକା ସମୟରେ ସୁକିନ୍ଦା ପ୍ରଖଣ୍ଡ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ଏହି ଗୋରୁ ବୋଝେଇ କଣ୍ଟେନର ଟିକୁ ସୁକିନ୍ଦା ହନୁମାନ ଛକ ପାଖ 53 ନଂ ଜାତୀୟ ରାଜପଥରେ ଅଟକାଇବା ପାଇଁ ଚେଷ୍ଟା କରିବା ବେଳକୁ ଗାଡ଼ିଟି ଦୃତ ଗତିରେ ଆସି ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ ସାଇଟ ମାରି ଖସି ପଳାଉଥିବା ବେଳେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ଜୀବନକୁ ବଜିରେ ଲାଗି ଗୋରୁ ବୋଝେଇ ଗଡିଟିକୁ ଗୋଡ଼ାଇ ଡ଼ୁବୁରୀ ଆସାମ ପେଟ୍ରୋଲ ପମ୍ପ ପାଖ 53 ନଂ ଜାତୀୟ ରାଜପଥରେ କାବୁ କରିଥିଲେ । ପରେ ରବିବାର ବିଳମ୍ୱିତ ରାତିରେ କଳିଙ୍ଗନଗର ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଗୋରୁ ବୋଝେଇ ଗାଡ଼ିରୁ 32 ଟି ଗୋ ମାତାଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଶାଳାରେ ସୁରକ୍ଷିତ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking