26.1 C
Bhubaneswar
Monday, December 15, 2025
Homeଓଡିଶାବିଜେଡିକୁ ପୃଥ୍ୱୀରାଜ ହରିଚନ୍ଦନଙ୍କ କଟାକ୍ଷ

ବିଜେଡିକୁ ପୃଥ୍ୱୀରାଜ ହରିଚନ୍ଦନଙ୍କ କଟାକ୍ଷ

ଭୁବନେଶ୍ୱର : ବିଜେଡିର ଜ୍ଞାନ ଦରକାର ନାହିଁ। ୨୦୧୬ରେ କେନ୍ଦ୍ର ସରକାର ଆଲୋଚନା ପଡୋଶୀ ରାଜ୍ୟ ଓଡ଼ିଶା ଓ ଛତିଶଗଡ ରାଜ୍ୟକୁ ଡାକିଥିଲେ। ସରକାରରେ ଥିବା ବେଳେ ବିଜେଡି ଥରେ ଗଲେ ଆଉ ଦୁଇ ଥର ଆଲୋଚନାକୁ ଗଲେନି। ଅଯଥାରେ ମହାନଦୀକୁ ନେଇ ଏବେ ବିଜେଡି ତାର ରାଜନୈତିକ ରୁଟି ସେକିବାର ଆବଶ୍ୟକତା ନାହିଁ।

ଏଭଳି ଭାବେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମହାନଦୀ ଜଳ ପ୍ରସଙ୍ଗରେ ବିଜେଡିକୁ ତୀବ୍ର ସମାଲୋଚନା କରି କରି ଆଇନ୍ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବିଜେଡିର ଆଜି ଯେଉଁଭଳି ଉଚ୍ଚ ସ୍ୱରରେ କହୁଛି, ସେତେବେଳେ କେଉଁଠି ଥିଲା । ତେଣୁ ଯାହା କରିବା କଥା, ଆମ ସରକାର ହିଁ କରିବେ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବିଜେଡି ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଓଲଟା କଥା କହୁଛି। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ସେତେବେଳେ ସେମାନେ ଅଗ୍ରାହ୍ୟ କରିଥିଲେ। ଛତିଶଗଡ଼ ସରକାରଙ୍କ ଆଲୋଚନା ପାଇଁ ଆଗ୍ରହ ଦେଖାଇନଥିଲେ। ତେଣୁ ଆଜିର ତାରିଖରେ କାନ୍ଦିବାର ମାନେ କିଛି ନାହିଁ।

ମହାନଦୀ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ସତ୍ତ୍ୱେ ରାଜ୍ୟ ସରକାର ଏହାକୁ ନେଇ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । କୁଆଡ଼େ ଗଲା ବିଜେଡିର ସମଦୂରତା ବୋଲି ପ୍ରଶ୍ନ କରି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗତ ୮ ବର୍ଷ ଧରି ଜଣେ ଦକ୍ଷିଣ ଭାରତୀୟ ଲୋକଙ୍କ କଥାରେ ବିଜେଡି ପରିଚାଳିତ ହୋଇଥିଲା। ଏବେ ଜଣେ ଦକ୍ଷିଣ ଭାରତୀୟ ନେତାଙ୍କ ଇସାରାରେ ଚାଲିବାରେ ଅସୁବିଧା କଣ ବୋଲି ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking