18.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପେଶାୱର ମସଜିଦରେ ବିସ୍ଫୋରଣ, ୫ମୃତ

ପେଶାୱର ମସଜିଦରେ ବିସ୍ଫୋରଣ, ୫ମୃତ

ପେଶାୱର: ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବଢ଼ି ଚାଲିଛି। ବିଶେଷକରି ଶୁକ୍ରବାର ନମାଜ୍ ପାଠ ବେଳେ ମସଜିଦ୍‌ଗୁଡ଼ିକ ଉପରେ ଆତଙ୍କବାଦୀ ଆକ୍ରମଣ ତଥା ବିସ୍ଫୋରଣ ଘଟଣା ବାରମ୍ବାର ଘଟୁଥିବା ନଜରକୁ ଆସୁଛି। ଆଜି ଅର୍ଥାତ୍ ଶୁକ୍ରବାର ମଧ୍ୟ ପେଶାୱାରର କିସା ଖ୍ୱାନି ଜାମିଆ ମସଜିଦରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ବିସ୍ଫୋରଣରେ ୫ଜଣ ମୃତ୍ୟୁବରଣ କରିଥିବାବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମସଜିଦରେ ଶୁକ୍ରବାର ନମାଜ ପାଇଁ ଭିଡ ଥିଲା ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସୁତରାଂ କ୍ଷୟକ୍ଷତି ଆହୁରି ବଢିବାର ଆଶଙ୍କା ରହିଛି। ଆହତ ମାନଙ୍କୁ ଉଦ୍ଧାର କରି ପେଶାୱରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶ, ଗତ ସପ୍ତାହରେ ମଧ୍ୟ ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନରେ ଥିବା ଏକ ମସଜିଦରେ ଶୁକ୍ରବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଏଥିରେ ୪ ଜଣ ଲୋକ ଆହତ ହୋଇଥିଲେ। ୨୦୨୨ରେ ପେଶାୱାରର କିସା ଖ୍ୱାନି ଅଞ୍ଚଳରେ ଥିବା ଏକ ମସଜିଦରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ସେଥିରେ ୩୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ଏହି ବିସ୍ଫୋରଣ ମଧ୍ୟ ଶୁକ୍ରବାର ନମାଜ ସମୟରେ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking