21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶସଡ଼କ ଦୁର୍ଘଟଣା: ଚାଲିଗଲା ୬ ଯାତ୍ରୀଙ୍କ ଜୀବନ

ସଡ଼କ ଦୁର୍ଘଟଣା: ଚାଲିଗଲା ୬ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର ବିକାନେର ସହରରେ ଏକ ଲୋମଟାଙ୍କୁରା ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଟ୍ରେଲର ଟ୍ରକ୍ ଏକ କାର ଉପରେ ଓଲଟି ପଡ଼ିଥିଲା। ଫଳରେ କାରରେ ଭିତରେ ବସିଥିବା ୬ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ରାଜସ୍ଥାନର ବିକାନେରରେ  ହୋଇଥିବା ଏହି ଦୁର୍ଘଟଣାକୁ ନେଇ ଅଧିକାରୀ ଏକ ବୟାନ ଦେଇ କହିଛନ୍ତି, “ଦେଶନୋକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଦୁଃଖର ବିଷୟ । ୬ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।” ବିକାନେରରେ ଘଟିଥିବା ଏହି ଦୁଃଖଦ ଦୁର୍ଘଟଣାକୂ ଦେଖିଥିବା ପ୍ରତ୍ୟକ୍ଷଦର୍ଶୀମାନେ ଘଟଣାକୁ ବଖାଣି କହିଛନ୍ତି, ‘ଦୁର୍ଘଟଣାର ଦୃଶ୍ୟ ଭୟାବହ ଥିଲା। ଦେଖୁଦେଖୁ ହଠାତ ଟ୍ରେଲର ଟ୍ରକ କାର ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା, କିନ୍ତୁ ଧକ୍କା ଏତେ ଜୋରଦାର ଥିଲା ଯେ କାରରେ ଥିବା ସମସ୍ତ ଯାତ୍ରୀ କିଛି ବୁଝିବା ପୂର୍ବରୁ ସେମାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking