23.1 C
Bhubaneswar
Wednesday, March 4, 2026
Homeଓଡିଶାଦୂଷିତ ପାଣି ପିଇ ବର୍ଷକରେ ୫ ଜଣଙ୍କ ମୃତ୍ୟୁ

ଦୂଷିତ ପାଣି ପିଇ ବର୍ଷକରେ ୫ ଜଣଙ୍କ ମୃତ୍ୟୁ

ମାଲକାନଗିରି: କାଲିମେଳା ବ୍ଲକ ଚିତ୍ରାଙ୍ଗପଲ୍ଲି ପଞ୍ଚାୟତର ଏମଭି-୧୧୮ ଗାଁରେ ଅନେକ ଲୋକ କିଡ୍‌ନୀ ରୋଗରେ ଘାଣ୍ଟି ହେଉଛନ୍ତି । ବର୍ଷେ ଭିତରେ ୫ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକମାନେ କହିଛନ୍ତିନ। ଦୂଷିତ ପାଣି ପାଇଁ ଗାଁରେ କିଡ୍‌ନୀ ରୋଗ ବ୍ୟାପୁଥିବା ଅଭିଯୋଗ କରାଯାଇଛି ।ଏମଭି-୧୧୮ ଗାଁରେ ୩ଟି ନଳକୂପ ରହିଛି । ଯେଉଁଥରୁ ଆଇରନ ମିଶା ଗୋଳିଆ ପାଣି ବାହାରୁଛି । ପାନୀୟ ଜଳର ଅନ୍ୟ କିଛି ବନ୍ଦବୋସ୍ତ ନଥିବାରୁ ଗାଁର ୪ଶହରୁ ଅଧିକ ଲୋକ ବାଧ୍ୟ ହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି । ଏନେଇ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓଙ୍କୁ ଅବଗତ କରାଗଲେ ବି କିଛି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking