21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ; ୨୮ ମାର୍ଚ୍ଚ ସୁଦ୍ଧା ବିଜ୍ଞପ୍ତି ଜାରି...

ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ; ୨୮ ମାର୍ଚ୍ଚ ସୁଦ୍ଧା ବିଜ୍ଞପ୍ତି ଜାରି କର

ନୂଆଦିଲ୍ଲୀ: ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଆଗତ ଏକ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ନିଜ ଶୁଣାଣିରେ କହିଛନ୍ତି ଯେ, ୨୮ ଅକ୍ଟୋବର ୨୦୨୧ରେ ସୁପ୍ରିମକୋର୍ଟ ଏହି ମାମଲାରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ସରକାରୀ ବିଦ୍ୟାଳୟରେ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆଦେଶ ପାଳନ ହୋଇନାହିଁ। ଆଦେଶ ଅନୁପାଳନ ନ ହେବା ନେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସୁଧାଂଶୁ ଧୂଲିଆ ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନ୍ ଖଣ୍ଡପୀଠ ଆଜି ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଶର ସମସ୍ତ ରାଜ୍ୟକୁ ୩ ସପ୍ତାହ ଭିତରେ ଅର୍ଥାତ ୨୮ ମାର୍ଚ୍ଚ ସୁଦ୍ଧା ଦୁଇଟି ସମ୍ବାଦପତ୍ର ଓ ଶିକ୍ଷା ବିଭାଗର ୱେବସାଇଟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ବିଜ୍ଞାପନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶା ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୃଷ୍ଟି ଅଗ୍ନିହୋତ୍ରୀ ନିଜର ପକ୍ଷ ଉପସ୍ଥାପନ କରିଥିଲେ।

ଏହି ରାୟ ପରେ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ସଭାପତି ସୂର୍ଯ୍ୟକାନ୍ତ ବେହେରା, ସମ୍ପାଦକ ଆୟୁଷ୍ମାନ ଚୌଧୁରୀ କହିଛନ୍ତି, ସୁପ୍ରିମକୋର୍ଟ ବାରମ୍ବାର ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆମେ ବାରମ୍ବାର ରାଜ୍ୟ ସରକାରଙ୍କୁ ଦାବି ଉପସ୍ଥାପନ କରୁଥିଲେ ମଧ୍ୟ ରାଜ୍ୟ ସରକାର କାହିଁକି ଦୃଷ୍ଟି ଆକର୍ଷଣ କରୁନାହାନ୍ତି, ବୁଝାପଡ଼ୁନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେବେ ସେ ଖୁବଶୀଘ୍ର ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକର ବିଜ୍ଞାପନ ବାହାର କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ରଖିଛନ୍ତି। ବିଭିନ୍ନ ମହଲରୁ ଦାବି ଉଠିଛି ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରୁ, ଓଡ଼ିଶାରେ ପ୍ରାୟ ଆର୍‌ସିଆଇ ସହ ପଞ୍ଜୀକୃତ ଯୋଗ୍ୟ ୧୨ ହଜାରରୁ ଅଧିକ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ଅଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଆଶାୟୀଙ୍କ ମନରେ ନୂତନ ଆଶା ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking