17.1 C
Bhubaneswar
Wednesday, February 4, 2026
Homeଓଡିଶାଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ

ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ

ଭୁବନେଶ୍ୱର: ଆଇନଗତ ଢାଞ୍ଚା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ ଭାରତୀୟ ନିର୍ବାଚନ କମିଶନ ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳଙ୍କଠାରୁ ଏପ୍ରିଲ ୩୦, ୨୦୨୫ ସୁଦ୍ଧା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ), ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ)କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସ୍ତରରେ ଯେକୌଣସି ସମାଧାନ ନହୋଇଥିବା ସମସ୍ୟା ପାଇଁ ପରାମର୍ଶ ଆମନ୍ତ୍ରଣ କରିଛନ୍ତି। ଆଜି ରାଜନୈତିକ ଦଳଗୁଡ଼ିକୁ ଜାରି କରାଯାଇଥିବା ଏକ ବ୍ୟକ୍ତିଗତ ଚିଠିରେ, କମିଶନ ପ୍ରତିଷ୍ଠିତ ଆଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉଭୟପକ୍ଷର ସୁବିଧାଜନକ ସମୟରେ ଦଳର ସଭାପତି ଏବଂ ଦଳର ବରିଷ୍ଠ ସଦସ୍ୟମାନଙ୍କ ସହିତ ଏକ ଆଲୋଚନା କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି।

ପୂର୍ବରୁ, ଗତ ସପ୍ତାହରେ ଏକ ଭାରତୀୟ ନିର୍ବାଚନ କମିଶନ ସମ୍ମିଳନୀରେ, ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ)ଏବଂ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ)ମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ନିୟମିତ ଆଲୋଚନା କରିବାକୁ, ଏପରି ବୈଠକରେ ପ୍ରାପ୍ତ ଯେକୌଣସି ପରାମର୍ଶକୁ ପୂର୍ବରୁ ଥିବା ଆଇନଗତ ଢାଞ୍ଚା ମଧ୍ୟରେ କଡ଼ାକଡ଼ି ସମାଧାନ କରିବାକୁ ଏବଂ ମାର୍ଚ୍ଚ ୩୧,୨୦୨୫ ସୁଦ୍ଧା କମିଶନଙ୍କ ନିକଟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିଶନ ରାଜନୈତିକ ଦଳଗୁଡ଼ିକୁ ବିକେନ୍ଦ୍ରୀତ ସମ୍ପର୍କର ଏହି ବ୍ୟବସ୍ଥାକୁ ସକ୍ରିୟ ଭାବରେ ବ୍ୟବହାର କରିବାକୁ ମଧ୍ୟ ଅନୁରୋଧ କରିଥିଲେ।

କମିଶନ ରାଜନୈତିକ ଦଳଗୁଡ଼ିକୁ ଲେଖିଥିବା ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟାର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରୁଥିବା ସମ୍ବିଧାନ ଏବଂ ସାମ୍ବିଧାନିକ ଢାଞ୍ଚା ଅନୁଯାୟୀ କମିଶନଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ୨୮ଟି ହିତାଧିକାରୀଙ୍କ ମଧ୍ୟରୁ ରାଜନୈତିକ ଦଳଗୁଡ଼ିକ ପ୍ରମୁଖ ହିତାଧିକାରୀ। କମିଶନ ରାଜନୈତିକ ଦଳମାନଙ୍କ ପାଖକୁ ପଠାଇଥିବା ଏହି ଚିଠିରେ ଏହି କଥା ଉଲ୍ଲେଖ କରିଛି ଯେ, ଭାରତର ପ୍ରତିନିଧି ଆଇନ ୧୯୫୦ ଏବଂ ୧୯୫୧; ମତଦାତା ପଞ୍ଜିକରଣ ନିୟମ, ୧୯୬୦; ନିର୍ବାଚନ ନିୟମ, ୧୯୬୧; ସୁପ୍ରିମ କୋର୍ଟ ର ଆଦେଶଗୁଡ଼ିକ ଏବଂ ଭାରତ ନିର୍ବାଚନ କମିଶନ ଦ୍ଵାରା ପ୍ରକାଶିତ ନିର୍ଦ୍ଦେଶ, ମାନୁଆଲ୍ ଏବଂ ହ୍ୟାଣ୍ଡବୁକ୍ ଗୁଡ଼ିକ (ଭାରତୀୟ ନିର୍ବାଚନ କମିଶନ ୱେବସାଇଟ୍ ରେ ଉପଲବ୍ଧ), ଯାହା ଏକ ବିକେନ୍ଦ୍ରୀକୃତ, ସୁଦୃଢ଼ ଏବଂ ସ୍ୱଚ୍ଛ ଆଇନଗତ ଢାଞ୍ଚା ନିର୍ମାଣ କରିଛି, ଯାହା ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ନିଶ୍ଚିତ କରିଥାଏ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking