24.1 C
Bhubaneswar
Tuesday, February 10, 2026
Homeଓଡିଶାପୂର୍ବତନ ଏବଂ ବର୍ତ୍ତମାନର ସାଂସଦମାନଙ୍କ ବିରୁଦ୍ଧରେ ମୋଟ ୨୨ଟି ମାମଲା ରୁଜୁ :ମୁକେଶ ମହାଲିଙ୍ଗ

ପୂର୍ବତନ ଏବଂ ବର୍ତ୍ତମାନର ସାଂସଦମାନଙ୍କ ବିରୁଦ୍ଧରେ ମୋଟ ୨୨ଟି ମାମଲା ରୁଜୁ :ମୁକେଶ ମହାଲିଙ୍ଗ

ଭୁବନେଶ୍ବର: ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟଙ୍କ ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଥିବା ଲିଖିତ ଉତ୍ତର ଅନୁଯାୟୀ, ପୂର୍ବତନ ଏବଂ ବର୍ତ୍ତମାନର ସାଂସଦମାନଙ୍କ ବିରୁଦ୍ଧରେ ମୋଟ ୨୨ଟି ମାମଲା ରୁଜୁ ହୋଇଛି, ସହିତ ୩୯ଟି ଅପରାଧିକ ମାମଲା ମଧ୍ୟ ରହିଛି। ବିଧାନସଭାରେ ପ୍ରସନ୍ନ ଆଚାର୍ୟ୍ୟ ଓଡିଶାର କେତେଜଣ ସାଂସଦ ଓ ପୂର୍ବତନ ସାଂସଦ ତଥା ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ବିରୁଦ୍ଧରେ କେତେ ସଂଖ୍ୟାରେ ଫୌଜଦାରୀ ମାମଲା ରହିଛି ଏବଂ ଏହା କେଉଁ କେଉଁ ପର୍ୟ୍ୟାୟରେ ଅଛି ଏହି ମାମଲାମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ରାଜନୈତିକ ମାମଲା କେତେ ଏବଂ ଏହାର ତ୍ୱରିତ୍ ଫଇସଲା ହେବା ସଂମ୍ପର୍କରେ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଭଳି ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ପୂର୍ବତନ ଏବଂ ବର୍ତ୍ତମାନର ବିଧାୟକମାନେ ମୋଟ ୧୧୫ଟି ମାମଲାର ସାମ୍ନା କରୁଛନ୍ତି। ସେମାନଙ୍କ ବିରୁଦ୍ଧରେ ୪୧୮ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ଏଥିମଧ୍ୟରୁ ୩୮୪ ଟି ମାମଲା ବର୍ତ୍ତମାନ ବିଚାରାଧୀନ ଅଛି ଏବଂ ୧୪ ଟି ମାମଲାର ବିଚାର ସମାପ୍ତ ହୋଇଛି। ଏହା ସହିତ ୪୩ଟି ମାମଲାର ତଦନ୍ତ ଚାଲିଛି।ଏହି ମାମଲାଗୁଡ଼ିକ ମଧ୍ୟରୁ ୧୯୮ଟି ସମ୍ପୂର୍ଣ୍ଣ ରାଜନୈତିକ ପ୍ରକୃତିର ବୋଲି ଚିହ୍ନଟ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking