27.1 C
Bhubaneswar
Monday, March 23, 2026
Homeଦେଶ ବିଦେଶ୩ ମାସରେ ୨୯ ଲକ୍ଷ ଭିଡିଓ ହଟାଇଛି ୟୁଟ୍ୟୁବ୍‌

୩ ମାସରେ ୨୯ ଲକ୍ଷ ଭିଡିଓ ହଟାଇଛି ୟୁଟ୍ୟୁବ୍‌

ନୂଆଦିଲ୍ଲୀ: କମ୍ପାନୀ ନୀତି ଉଲ୍ଲଂଘନ କରୁଥିବା ଭିଡିଓ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ୟୁଟ୍ୟୁବ। ତେବେ ସଦ୍ୟ ୟୁଟ୍ୟୁବ୍ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। କମ୍ପାନୀ ନିଜ ରିପୋର୍ଟରେ କହିଛି ଯେ ଗତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ, ସମ୍ପ୍ରଦାୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ପ୍ରାୟ ୨୯ ଲକ୍ଷ ଭିଡିଓଗୁଡ଼ିକୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ଏହା ବିଶ୍ୱର କୌଣସି ଦେଶରେ ହଟାଇବା ଭିଡିଓର ସର୍ବାଧିକ ସଂଖ୍ୟା। ୟୁଟ୍ୟୁବ୍ ଅନୁସାରେ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ, ପୂର୍ବ ତ୍ରୈମାସିକ ତୁଳନାରେ ୩୨% ଅଧିକ ଭିଡିଓ ଡିଲିଟ୍ କରାଯାଇଛି। ୨୦୨୦ ପରଠାରୁ, ୟୁଟ୍ୟୁବ୍ ଭାରତରେ ଏହାର ପ୍ଲାଟଫର୍ମରୁ ସର୍ବାଧିକ ସଂଖ୍ୟକ ଭିଡିଓ ଡିଲିଟ୍ କରୁଛି।

ଭାରତ ପରେ, ବ୍ରାଜିଲ ୨ୟ ସ୍ଥାନରେ ରହିଛି। ୟୁଟ୍ୟୁବ୍ କହିଛି ଯେ ଏହାର ସ୍ୱୟଂଚାଳିତ ବିଷୟବସ୍ତୁ ମଡରେଶନ ଟୁଲ୍ସ ଏହାର ନିୟମ ଉଲ୍ଲଂଘନ କରୁଥିବା ଭିଡିଓଗୁଡ଼ିକୁ ଚିହ୍ନଟ କରେ। ଏହି ଟୁଲ ନିୟମ ଉଲ୍ଲଂଘନ କରୁଥିବା ୯୯.୭ ପ୍ରତିଶତ ଭିଡିଓକୁ ଫ୍ଲାଗ୍ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ପ୍ଲାଟଫର୍ମରୁ ହଟାଇ ଦେଇଛି। ଭାରତ ସହ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ନିୟମ ଉଲ୍ଲଂଘନ କରୁଥିବା ଭିଡିଓଗୁଡ଼ିକୁ ୟୁଟ୍ୟୁବ୍ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି। ଏଥିମଧ୍ୟରୁ ୮୧.୭% ଭିଡିଓ ସ୍କାମ, ଭ୍ରାମକ ବୋଲି ହଟାଇ ଦିଆଯାଇଛି। ସେହିପରି ୬.୬% ଭିଡିଓ ଉତ୍ପୀଡନ, ଶିଶୁ ସୁରକ୍ଷା ପାଇଁ ୫.୯% ଏବଂ ହିଂସା ଯୋଗୁ ୩.୭% ଭିଡିଓ ଅପସାରିତ ହୋଇଛି। ଏହି ଭିଡିଓଗୁଡ଼ିକୁ ହଟାଇବା ସହିତ, କମ୍ପାନୀ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ପ୍ରାୟ ୪୮ ଲକ୍ଷ ଚ୍ୟାନେଲକୁ ବନ୍ଦ କରିଦେଇଛି। ଏହା ବ୍ୟତୀତ ନୀତି ଉଲ୍ଲଂଘନ କରୁଥିବା ୧୩୦ କୋଟି ମନ୍ତବ୍ୟ ମଧ୍ୟ ଡିଲିଟ କରାଯାଇଛି। ପ୍ରକାଶ, ନିକଟରେ ୟୁଟ୍ୟୁବ ମାଲିକାନା କମ୍ପାନୀ ଗୁଗଲ ତାର ନୀତି ପରିବର୍ତ୍ତନ କରିଛି। ଏବେ କମ୍ପାନୀ ଅନଲାଇନ ଜୁଆ ସାଇଟ ଏବଂ ଆପ୍ସକୁ ପ୍ରୋତ୍ସାହିତ କରୁଥିବା କ୍ରିଏଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏପରି କ୍ରିଏଟରଙ୍କ ଚ୍ୟାନେଲଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking