26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପାକ୍ ଆଇଏସ୍‌ଆଇ ଏଜେଣ୍ଟକୁ ହତ୍ୟା

ପାକ୍ ଆଇଏସ୍‌ଆଇ ଏଜେଣ୍ଟକୁ ହତ୍ୟା

ଇସଲାମାବାଦ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଏକ ଏଜେଣ୍ଟକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ। କିନ୍ତୁ ଏସବୁ ମଧ୍ୟରେ ବଡ଼ ଖବର ହେଉଛି ଯେ, ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ଅପହରଣ ଘଟଣାରେ ଏହି ଆଇଏସଆଇ ଏଜେଣ୍ଟଙ୍କ ସମ୍ପୃକ୍ତି ଥିଲା। ମୃତ ଆଇଏସଆଇ ଏଜେଣ୍ଟଙ୍କ ନାମ ମୁଫ୍‌ତି ଶାହ ମୀର ଏବଂ ତାଙ୍କୁ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳିକରି ହତ୍ୟା କରିଛନ୍ତି।

ବେଲୁଚିସ୍ତାନର ତୁର୍ବତ ଅଞ୍ଚଳର ବାସିନ୍ଦା ମୁଫ୍‌ତି ଶାହ ମୀର ଆଇଏସ୍‌ଆଇର ନିର୍ଦ୍ଦେଶରେ ବେଆଇନ ଭାବେ ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରିବାର ବ୍ୟବସାୟ କରୁଥିଲା। ଏହି ଆଳରେ ସେ ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମଧ୍ୟ କରୁଥିଲା। ମୁଫତି ଶାହ ମୀର ପାକିସ୍ତାନରେ ଥିବା ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ରକୁ ମଧ୍ୟ ଯାଏ, ଯାହାଦ୍ୱାରା ତାକୁ ବାହାରୁ ଆତଙ୍କବାଦୀ ସଂଗଠନର ଅଂଶ ଭାବରେ ବିବେଚନା କରାଯାଇପାରିବ। ମୁଫତି ଶାହ ମୀର ମୁଖ୍ୟତଃ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା କାମରେ ନିୟୋଜିତ ଥିଲା। ବଡ଼ ବଡ଼ ଅପରାଧୀ ଓ ଆତଙ୍କବାଦୀଙ୍କୁ ନିଜର ଗୁପ୍ତ ଏଜେଣ୍ଟମାନଙ୍କ ମାଧ୍ୟମରେ ହତ୍ୟା କରୁଥିବା ଆଇଏସ୍‌ଆଇର ଏବେ ଜଣେ ଏଜେଣ୍ଟ ଅଜ୍ଞାତ ଲୋକଙ୍କ ଦ୍ୱାରା ହତ୍ୟାର ଶିକାର ହେବା ଘଟଣାକୁ ନେଇ ଚର୍ଚ୍ଚା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking