28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଭାରତ ଆସିବାକୁ ଡ଼ରୁଛି ତହବୁର ରାଣା

ଭାରତ ଆସିବାକୁ ଡ଼ରୁଛି ତହବୁର ରାଣା

ୱାଶିଂଟନ: ଶହଶହ ନୀରିହ ଲୋକଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଏବେ ନିଜ ଜୀବନକୁ ନେଇ ଭୟଭୀତ ହୋଇପଡିଛି। ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ଷଡଯନ୍ତ୍ରକାରୀ ତଥା ପାକିସ୍ତାନୀ ବଂଶୋଦ୍ଭବ ଆତଙ୍କବାଦୀ ଏବଂ କାନାଡୀୟ ନାଗରିକ ତହବୁର ହୁସେନ ରାଣା ଖୁବଶୀଘ୍ର ଭାରତକୁ ପ୍ରତ୍ୟର୍ପଣ ହୋଇ ଆସିବ। ଆମେରିକା ସରକାର ଏନେଇ ଭାରତ ସରକାରଙ୍କୁ ପ୍ରତିଶ୍ରୁତି ଦେଇସାରିଛନ୍ତି। ତେବେ ରାଣା କିନ୍ତୁ ଭାରତକୁ ପ୍ରତ୍ୟର୍ପଣ ହେବା ନେଇ ଭୟଭୀତ ହୋଇପଡିଛି। ସେ ନିଜ ପ୍ରତ୍ୟର୍ପଣ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇବା ପାଇଁ ଆମେରିକୀୟ କୋର୍ଟରେ ଏକ ଆବେଦନ ଦାଖଲ କରିଛି।

ରାଣା ଆମେରିକାର ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ପୂର୍ବକ ଯୁକ୍ତି ବାଢ଼ିଛି ଯେ, ଭାରତକୁ ପ୍ରତ୍ୟର୍ପଣ ହେବା ଦ୍ୱାରା ତା’ ଜୀବନ ପ୍ରତି ବିପଦ ରହିଛି। ଏଠାରେ ତାକୁ ଅସହ୍ୟନୀୟ ନିର୍ଯ୍ୟାତନା ଦିଆଯିବ, ଯେଉଁଥିରେ ସେ ଖୁବଶୀଘ୍ର ମରିଯିବ ବୋଲି ଭଲଭାବେ ଜାଣିଛି। ବିଶେଷକରି ସେ ଜଣେ ପାକିସ୍ତାନୀ ମୁସଲମାନ ହୋଇଥିବାରୁ ତାକୁ କଠୋର ନିର୍ଯାତନା ଦିଆଯିବାର ସମ୍ଭାବନା ଅଛି। ତେଣୁ, ତା’ର ପ୍ରତ୍ୟର୍ପଣ ତୁରନ୍ତ ବନ୍ଦ କରାଯିବା ଉଚିତ୍‌। ଯଦି ତା’ର ପ୍ରତ୍ୟର୍ପଣକୁ ବନ୍ଦ କରା ନ ଯାଏ, ତେବେ ଭାରତରେ ତା’ ବିରୋଧରେ ରହିଥିବା ମାମଲାର ପୁନଃବିଚାର ତ ହେବନି, କିନ୍ତୁ ଯଥାଶୀଘ୍ର ଫାଶୀ ଦେଇଦିଆଯିବ।

ତହବୁର ରାଣା ପ୍ରାୟ ୧୦ ବର୍ଷ ଧରି ପାକିସ୍ତାନୀ ସେନାରେ ଡାକ୍ତର ଭାବରେ କାମ କରିଥିଲା, କିନ୍ତୁ ପରେ ସେ ଚାକିରି ଛାଡି ଭାରତ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହୋଇଥିଲା। କୋର୍ଟରେ ଉପସ୍ଥାପିତ ଦଲିଲ ଅନୁଯାୟୀ, ସେ ୨୦୦୬ ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନରେ ମୁମ୍ବାଇ ଆକ୍ରମଣର ଅନ୍ୟ ଏକ ଷଡ଼ଯନ୍ତ୍ରକାରୀ ଡେଭିଡ ହେଡଲି ସମେତ ଅନେକ ଆତଙ୍କବାଦୀ ଗୋଷ୍ଠୀ ସହିତ ସମ୍ପର୍କରେ ଥିଲା। ସେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା ଏବଂ ହରକତ-ଉଲ-ଜିହାଦ-ଏ ଇସଲାମିକୁ ମୁମ୍ବାଇ ଆକ୍ରମଣରେ ସାହାଯ୍ୟ କରିବା ସହ ସମଗ୍ର ଯୋଜନାର ଏକ ଅଂଶ ମଧ୍ୟ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking