29.1 C
Bhubaneswar
Sunday, June 8, 2025
Homeଓଡିଶାପରକୀୟା ପ୍ରୀତି ଥିବା ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ପରକୀୟା ପ୍ରୀତି ଥିବା ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ : ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ବିଭତ୍ସ ହତ୍ୟା  । ପର ପୁରୁଷ ସହିତ ନୈତିକ ସମ୍ପର୍କ ରଖିଥିବା ନେଇ ସନ୍ଦେହରେ ସ୍ତ୍ରୀକୁ ଇଟାରେ ଛେଚି ସ୍ୱାମୀ ହତ୍ୟା କରିଛି । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ  ସୁନ୍ଦରଗଡ ଟାଉନ ଥାନା ଭବାନୀ ପୁର ରମାମୁନାରେ ଘଟିଛି । ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ବେଳେ  ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଅଭିଯୁକ୍ତ ମଙ୍ଗଳ ଓରାମ ସ୍ତ୍ରୀ ଉପରେ ସନ୍ଦେହ କରୁଥିଲା । ପରପୁରୁଷ ସହିତ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ମାରପିଟ କରୁଥିଲା ଗତକାଲି  ରାତିରେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ପରେ ରାଗରେ ଘର ପାଖ ଇଟାଭାଟିରେ ଇଟାରେ ଛେଚି ସ୍ତ୍ରୀକୁ ହତ୍ୟା କରିଛି । ପରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ  ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି । ଘଟଣାସ୍ଥଳରେ ସଦର ଏସଡିପିଓ ମାନସ ରଞ୍ଜନ ମହାପାତ୍ର , ଟାଉନଥାନା ଅଧିକାରୀ ଅନିଲ କୁମାର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking