25.1 C
Bhubaneswar
Thursday, February 12, 2026
Homeଓଡିଶାଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗୀୟ ମନ୍ତ୍ରୀଙ୍କର ଜିଲ୍ଲା ଉନ୍ନୟନ ସମ୍ପର୍କିତ ସମୀକ୍ଷା ବୈଠକ

ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗୀୟ ମନ୍ତ୍ରୀଙ୍କର ଜିଲ୍ଲା ଉନ୍ନୟନ ସମ୍ପର୍କିତ ସମୀକ୍ଷା ବୈଠକ

ଛତ୍ରପୁର: ଜିଲ୍ଲା ଗ୍ରାମ୍ୟ ଉନ୍ନୟ.ନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଦିନ ଓଡିଶାର ମାନ୍ୟବର ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗୀୟ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଶ୍ରଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ ଜିଲ୍ଲାର ଉନ୍ନୟନ ସମ୍ପର୍କିତ କିଛି ବିଭାଗର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର , ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, କବି ସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମଞ୍ଚାସୀନ ଥିବା ବେଳେ ଗଞ୍ଜାମ ଜିଲ୍ଲାର ସମସ୍ତ ବିଭାଗର ବିଭାଗମୁଖ୍ୟ ଗଣ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ନିଜ ବକ୍ତବ୍ୟରେ ସମସ୍ତ ଅଧିକାରୀଙ୍କୁ ଅବଗତ କରାଇଥିଲେଯେ, ଜିଲ୍ଲାର ଉନ୍ନତିକଳ୍ପେ ଯାହା କାର୍ଯ୍ୟ ହେଉଛି ସେଗୁଡିକୁ ସ୍ଥାନୀୟ ବିଧାୟକଗଣଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ପ୍ରାଥମିକତା ଭିତ୍ତିରେ ଗୋଟିଏ ଟିମ୍ ଭାବେ କାମ କଲେ କୋଉଠି କେମିତି ସମସ୍ୟା ରହୁଛି ତାହା ତର୍ଜମା କରି ସେଗୁଡିକର ସରଳ ସମାଧାନ ହୋଇ ଉନ୍ନୟନ କାର୍ଯ୍ୟର ସୁସମ୍ପାଦନ ହୋଇ ଜିଲ୍ଲା ଆଗକୁ ବଢିବ ଏବଂ ଜିଲ୍ଲାର ସୁନାମ ହେବ । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ପଞ୍ଚାୟତିରାଜ ବିଭାଗ, ଓରମାସ୍, ଖାଉଟି ଓ ଖାଦ୍ୟ ଯୋଗାଣ, ଜଙ୍ଗଲ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ରାସ୍ତା ଓ କୋଠାବାଡି ବିଭାଗ, କ୍ଷୁଦ୍ର ଜଳ ସେଚନ ବିଭାଗ ଗୁଡିକର ସମୀକ୍ଷା କରିଥିଲେ । ଆସନ୍ତା ଜୁନ୍ ମାସ ଶେଷ ସପ୍ତାହରେ ପୁନର୍ବାର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଇଥିଲେ । ବର୍ତ୍ତମାନ ଏଥି ସକାଶେ କାର୍ଯ୍ଯଧାରା କଣ ଚାଲିଛି ଏବଂ ସେଗୁଡିକର ସ୍ଥିତି କଣ ଜାଣିବାକୁ ଚାହୁଁଥିଲେ ।

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସମୀକ୍ଷା କରି ଅବଗତ ହେଲେଯେ, ଆସନ୍ତା ଡିସେମ୍ବର ୨୦୨୫ ସୁଦ୍ଧା ମେଗା ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜଳ ଯୋଗା ବ୍ୟବସ୍ଥାର ସମୀକ୍ଷା କରି ବିଧାୟକ ମାନଙ୍କ ଠାରୁ ଜଳ ଯୋଗାଣ ବ୍ୟବସ୍ଥାର ବର୍ତ୍ତମାନ ଠାରୁ ପାନୀୟ ଜଳର ଅଭାବକୁ ପୂରଣ କରିବା ନେଇ ଯେଉଁ ସ୍ଥାନରେ ନଳକୂପ ଅଚଳ ରହିଛି ଏବଂ ବର୍ତ୍ତମାନ ନଳକୂପ ଗୁଡିକର ସ୍ଥିତି କଣ, ନଳକୂପ ଅଚଳର କାରଣ ତଥା ମୋଟର ପୋଡିଯିବା ଇତ୍ୟାଦିର ତଦାରଖ କରି ବୈଷୟିକ ଜ୍ଞାନ କୌଶଳ କଣ ରହିବା ଆବଶ୍ୟକ ସେଗୁଡିକୁ ଦୃଷ୍ଟିରେ ରଖି ମରାମତି କରାଗଲେ ଭବିଷ୍ୟତରେ ଦେଖା ଦେଉଥିବା ସମସ୍ୟାର ସମାଧାନ ହେବ ଓ ଲୋକଙ୍କ ଜଳ ସମସ୍ୟା ଦୂର ହେବ ।

ଦିଗ ପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଅବଗତ କରାଇଥିଲେ ଯେ, ନଳକୂପ ଗୁଡିକର ଗଭୀରତା କେତେ ରହିବା କଥା ଏବଂ ଜଳ ଉଠାଇବା ନିମନ୍ତେ ଆବଶ୍ୟକ ପଡୁଥିବା ମୋଟର ଗୁଡିକର ସଠିକ ଲଗାଯାଉ ଏବଂ ସେଗୁଡିକର ଗ୍ରାମ୍ୟ କମିଟି ଦ୍ବାରା ସଠିକ ପରିଚାଳନା ଉପରେ ଗୁରୁତ୍ବ ଦେବାକୁ ଜଣା୍ଇଥିଲେ । ଜଳ କ୍ଲୀଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଦ୍ବାରା ଜଳ ଯୋଗାଣ ଏବଂ ଆବଶ୍ୟକ ସ୍ଥଳେ ଅଧିକ ଟ୍ୟାପ୍ ବିନିଯୋଗ କରିବାକୁ ଗୁରୁତ୍ବ ଦିଆଯାଇଥିଲା । ପ୍ରତି ବ୍ଲକ୍ ରେ ନଳକୂପ ମରାମତି ସାମଗ୍ରୀ ମହଜୁଦ୍ ରଖିବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଜଳ ଯୋଗାଣ ସକାଶେ ମୋବାଇଲ ଭ୍ୟାନ୍ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି । ପଞ୍ଚାୟତି ରାଜ ବିଭାଗର ସମୀକ୍ଷାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି ତାଲିକା ପ୍ରସ୍ତୁତ କରି ସେଗୁଡିକ ସର୍ବସାଧାରଣରେ ପ୍ରକାଶ କରିବାକୁ ମତ ଦିଆଯାଇଛି । ଏହାରି ଫଳରେ ସର୍ବ ସାଧାରଣ ଅବଗତ ହୋଇପାରିବେ ଏବଂ କିଛି ଅନିୟମିତତା ରହିଥିଲେ ସେଗୁଡିକର ସଂଶୋଧନ ହୋଇ ପାରିବ ବୋଲି ମତ ରଖିଥିଲେ । ବର୍ତ୍ତମାନ ସୁଦ୍ଧା ନୂତନ ଭାବେ ପ୍ରଧାନମନ୍ତ୍ରୀ ଆବାସ ସକାଶେ ୮୭ ହଜାର ଆବେଦନ ସର୍ଭେରେ ଚାଲିଛି । ଚଳିତ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଏହି ଯୋଜନାରେ ଗୃହ ପାଇବା ପାଇଁ ହିତାଧିକାରୀଗଣ ଆବେଦନ କରିପାରିବେ । ଗ୍ରାମ ସଭା, ପଲ୍ଲୀ ସଭାରେ ସଠିକ ତଦନ୍ତ କରି ସ୍ବଚ୍ଛତାର ସହିତ କରାଗଲେ ସଠିକ୍ ହିତାଧିକାରୀଙ୍କର ପକ୍କାଘର ହୋଇପାରିବ । ଆଗାମୀ ତିନି ଚାରି ବର୍ଷ ମଧ୍ୟରେ ସମସ୍ତଙ୍କ ପାଇଁ ପକ୍କା ଘର ହେବ । କେଉଁ ଠାରେ ମଧ୍ୟ କଚ୍ଚା ଘର ରହିବ ନାହିଁ ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପଞ୍ଚାୟତ ବିଭାଗର ପ୍ରତିଟି ନିର୍ଦ୍ଦେଶ ଗୁଡିକ ଲୋକ ପ୍ରତିନିଧିଙ୍କୁ ଅବଗତ କରାଇବା ସହିତ ସର୍ବ ସାଧାରଣଙ୍କ ଅବଗତି ସକାଶେ ପଞ୍ଚାୟତ କାନ୍ଥରେ ଦର୍ଶାଇବାକୁ ପରାମର୍ଶ ଦେଇଥିଲେ । ସ୍ବାସ୍ଥ୍ୟ ବିଭାଗ ସମୀକ୍ଷାରେ ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ ଗଞ୍ଜାମ ଜିଲ୍ଲାରେ୍ ୪୦୧୩ ଜଣ ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରି ୪୨୬୭୨ କିଟ୍ ପ୍ରଦାନ କରାଯାଇ ଭାରତରେ ଶ୍ରେଷ୍ଠ ସ୍ଥାନ ଓ ଓଡିଶାରେ ଦ୍ବିତୀୟ ସ୍ଥାନ ଅଧିକାର କରିପାରିଥିବା ଜଣା ପଡିଛି । ଏହି ଭଳି ଅନେକ କାର୍ଯ୍ୟରେ ଗଞ୍ଜାମ ସୁନାମ ଅର୍ଜନ କରିଥିବା ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଅବଗତ କରାଇଥିଲେ । ଚିକିଟି ବିଧାୟକ ଦ୍ୟାନ ସାମନ୍ତରାୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ଗଞ୍ଜାମ ଜଚିଲ୍ଲାରେ 37 ପ୍ରତିଶତ କନିଷ୍ଠ ଯନ୍ତ୍ରୀ ରହିଛନ୍ତି । ଜଣେଜଣେ କନିଷ୍ଠ ଯନ୍ତ୍ରୀ ଅନେକ ଦାୟୀତ୍ବରେ ରହିଥିବା ହେତୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏହି ଦିଗରେ ସରକାରଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିବାକୁ ଜଣାଇଥିଲେ । ସମସ୍ତ ବ୍ଲକ୍ ହେଡକ୍ହାର୍ଟର ଗୁଡିକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସହକାରୀ ଯନ୍ତ୍ରୀ ମାନଙ୍କ ରହିବା ସକାଶେ କ୍ବାର୍ଟର ବ୍ୟବସ୍ଥା କରାଗଲେ କାର୍ଯ୍ୟ ଶୈଳୀର ସୁବିଧା ଆସିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅବଗତ କରାଇଥିଲେ । ଦିଗପହଣ୍ଡି ବିଧାୟକ ଶ୍ରୀ ମହାପାତ୍ର ଜଣାଇଥିଲେ ଯେ, ଚାଷୀ ମାନଙ୍କୁ ପ୍ରଦାନ କରାଯାଉଥିବା କ୍ଷତିପୂରଣ ରାଶି ବ୍ଯାଙ୍କ ଗୁଡିକ ଚାଷୀ ମାନଙ୍କୁ ପ୍ରଦାନ ନକରି ସ୍ଥଗିତ କରି ରଖୁଛନ୍ତି ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମତ ଦେଇ ସଂପୃକ୍ତ ବ୍ୟାଙ୍କ ଗୁଡିକ ଠାରୁ ଚାଷୀଙ୍କ ଟଙ୍କା ବାହାର କରି ଅନ୍ୟ ଜାତୀୟ ବ୍ଯାଙ୍କରେ ଜମାଖାତା ଖୋଲି ରଖିବାକୁ ମତ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking