30.1 C
Bhubaneswar
Tuesday, February 10, 2026
Homeଓଡିଶାସଂସ୍କୃତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି

ସଂସ୍କୃତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର : ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ଐତିହ୍ୟ ପର‌୍ୟ୍ୟଟନର କେନ୍ଦ୍ର ଭାବରେ ଭାରତର ସ୍ଥାନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ୍ ଭାବେ ଘୋଷଣା କରିବାକୁ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର। ଏହାସହ ଐତିହ୍ୟ ସ୍ଥାନ ଭୀମମଣ୍ଡଳୀର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଦାୟିତ୍ୱ ଦେବାକୁ କରିଛନ୍ତି ଅନୁରୋଧ।

କେନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ ଭୀମମଣ୍ଡଳୀ, ଦେବ୍ରିଗଡ଼ ଏବଂ ହୀରାକୁଦର ଐତିହ୍ୟ, ଇତିହାସ ଏବଂ ପର‌୍ୟ୍ୟଟନ କ୍ଷେତ୍ରରେ ଥିବା ଅପାର ସମ୍ଭବନା ଉପରେ ଉପରେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି ଯେ, ହୀରାକୁଦ ଡ୍ୟାମ ଠାରୁ ମାତ୍ର ୧୦୦ କିମି ଦୂରରେ ଥିବା ଭୀମମଣ୍ଡଳୀ ସ୍ଥାନୀୟ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥାନ। ଏଠାରେ ହଜାର ହଜାର ବର୍ଷ ପୁରୁଣା ପଥର ଚିତ୍ର ଓ ଶିଳାଲେଖ ରହିଛି । ଓଡ଼ିଶାର ପୁରାତନ ରକ୍ ଆର୍ଟ୍ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳର ବଡ ବଡ ପଥରରେ ହରିଣ, ହାତୀ, ବିଭିନ୍ନ ପଶୁଙ୍କ ପାଦଚିହ୍ନ ଓ ମହୁମାଛି ଆଦି ଚିତ୍ରାଙ୍କନ ରହିଛି। ଏହି ଅଞ୍ଚଳରେ ପୂର୍ବରୁ ଜନବସତି ଗଢି ଉଠିଥିଲା ବୋଲି ଏହା ପ୍ରମାଣିତ କରୁଛି। ମହାଭାରତର ପାଣ୍ଡବଙ୍କ ସହ ଏହାର ସମ୍ପର୍କ ଥିବାରୁ ଭୀମଙ୍କ ନାମରେ ଏହି ସ୍ଥାନର ନାମକରଣ ହୋଇଥିବା ବିଶ୍ୱାସ ରହିଛି। ଐତିହାସିକ ଦୃଷ୍ଟିକୋଣ, ଅପରୂପ ସୌନ୍ଦର୍ଯ୍ୟ ଏବଂ ପୌରାଣିକ ସମ୍ପର୍କ ସହ ଜଡ଼ିତ ଅଞ୍ଚଳ ଭାବେ ଭୀମମଣ୍ଡଳୀ ଜଣାଶୁଣା। ଯାହା ଇତିହାସକାର, ପ୍ରକୃତି ପ୍ରେମୀ, ଶ୍ରଦ୍ଧାଳୁ, ପର‌୍ୟ୍ୟଟକ ଏବଂ ଦୁଃସାହସିକ ପ୍ରବର୍ତ୍ତକମାନଙ୍କୁ ଆକର୍ଷିତ କରିଛି।

ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଅଭାବରୁ ଏହି ପ୍ରାଚୀନ ରକ୍ ଆର୍ଟ୍ ସ୍ଥଳୀ ଏବେ ଅବକ୍ଷୟ ଅବସ୍ଥାରେ ରହିଛି। ଅଧିକାଂଶ ରକ୍ ଆର୍ଟ ଏବେ ଲିଭିଯାଇଛି। ଏହାରର ଉପଯୁକ୍ତ ସୁରକ୍ଷା ଓ ସଂରକ୍ଷଣ ପାଇଁ ଏଏସଆଇ ପକ୍ଷରୁ ଏହାକୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରିବାକୁ ଐତିହାସିକ, ଐତିହ୍ୟ ସଂରକ୍ଷଣ ଓ ସ୍ଥାନୀୟ ସମ୍ପ୍ରଦାୟର ପକ୍ଷରୁ ଦାବି ହୋଇଛି। ଏଥିପାଇଁ ଏଏସଆଇର ବୃତ୍ତିଗତ ଦକ୍ଷତା ଏବଂ ଆବଶ୍ୟକ ସମ୍ବଳର ସହଯୋଗର ଆବଶ୍ୟକତା ରହିଛି । ଏହି ପ୍ରାଚୀନ ଐତିହାସିକ ସମ୍ପଦକୁ ସୁରକ୍ଷିତ ରଖାଗଲେ ଭବିଷ୍ୟତ ପିଢ଼ିଙ୍କ ହିତରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking