25.1 C
Bhubaneswar
Saturday, February 14, 2026
Homeଓଡିଶାପୋଖରୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ

ପୋଖରୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖୁରୁଷିଆ ଗ୍ରାମ ପଞ୍ଚାୟତର ବାନ୍ଧକୁଦ ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁô ହୋଇଯାଇଛି। ମୃତ ଛାତ୍ରଦ୍ୱୟ ହେଉଛନ୍ତି ବାନ୍ଧକୁଦ ଗ୍ରାମର ସଞ୍ଜୟ ମହାପାତ୍ରଙ୍କ ପୁଅ ଦୁର୍ଗାପ୍ରସାଦ (୧୨) ଓ ମାନସ ମହାପାତ୍ରଙ୍କ ପୁଅ ମନୋରଞ୍ଜନ (୧୩)। ଖବର ଅନୁଯାୟୀ୨ଜଣ ଛାତ୍ର ସ୍ଥାନୀୟ ଉପ୍ରା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ଛାତ୍ରଦ୍ୱୟ ବିଦ୍ୟାଳୟରୁ ଫେରି ଘରକୁ ନଯାଇ ଗ୍ରାମରେ ହେଉଥିବା ଯଜ୍ଞ ନିକଟକୁ ଯାଇଥିଲେ। କିନ୍ତୁ ସେମାନେ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ।

ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ଉଭୟ ପରିବାରର ସନ୍ଦେହ ଉପୁଜି ଥିଲା। ଫଳରେ ପରିବାର ଲୋକମାନେ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଆରମ୍ଭ କରିଥିଲେ। କିନ୍ତୁ ସେମାନଙ୍କ କୋଣସି ପତ୍ତା ମିଳି ନଥିଲା। ରାତି ପ୍ରାୟ ଗୋଟାଏ ସମୟରେ ସେମାନଙ୍କ ସାଇକଲ ଗ୍ରାମ ଠାରୁ ପ୍ରାୟ ୨ କିଲୋମିଟର ଦୂର ବ୍ରହ୍ମାଣୀ ମନ୍ଦିର ନିକଟରେ ଥିବା ଦେଖିବାକୁ ମିଳିଥିଲା। ଫଳରେ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ଗ୍ରାମର କେତେକ ସାହସୀ ଲୋକ ମନ୍ଦିର ନିକଟରେ ଥିବା ପୋଖରୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ପ୍ରଥମେ ଜଣେ ଛାତ୍ର ଓ ପରେ ଆଉ ଜଣେ ଛାତ୍ରଙ୍କ ମୃତଦେହ ମିଳିଥିଲା। ଏ ନେଇ ସ୍ଥାନୀୟ ଲୋକେ ମାର୍ଶାଘାଇ ଥାନାକୁ ଖବର ଦେଇଥିଲେ। ରାତି ହୋଇଯାଇଥିବାରୁ ପୋଲିସ ବୁଧବାର ସକାଳେ ଘଟଣା ସ୍ଥଳରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ନିମନ୍ତେ ପଠାଇଥିଲା। ଏହି ଘଟଣାକୁ ନେଇ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking