24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶସରପଞ୍ଚ ହତ୍ୟା ମାମଲା; ଇସ୍ତଫା ଦେଲେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ

ସରପଞ୍ଚ ହତ୍ୟା ମାମଲା; ଇସ୍ତଫା ଦେଲେ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ

ମୁମ୍ବାଇ: ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ମଙ୍ଗଳବାର ମହାରାଷ୍ଟ୍ର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଧନଞ୍ଜୟ ମୁଣ୍ଡେ ଅଜିତ ପୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ଅନ୍ୟତମ ବିଶିଷ୍ଟ ନେତା ଭାବେ ପରିଚିତ। ସମ୍ପ୍ରତି ସେ ବିଡ୍ ଜିଲ୍ଲା ପାରଲି ବିଧାନସଭା କ୍ଷେତ୍ରରୁ ବିଧାୟକ ଅଛନ୍ତି। ପ୍ରକାଶ ଧନଞ୍ଜୟଙ୍କ ସହକର୍ମୀ ବାଲ୍ମିକ କରାଡ଼ଙ୍କୁ ସନ୍ତୋଷ ଦେଶମୁଖ ନାମକ ଜଣେ ସରପଞ୍ଚଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ କରାଯିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ଧନଞ୍ଜୟଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ। ଯାହାକୁ ଧନଞ୍ଜୟ ପାଳନ କରିବାକୁ ବାଧ୍ୟ ହୋଇଛନ୍ତି।

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୋମବାର ରାତିରେ ଫଡନଭୀସଙ୍କୁ ଭେଟି ଦେଶମୁଖ ହତ୍ୟା ମାମଲାରେ ସିଆଇଡି ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ ଏବଂ ଅନ୍ୟ ଦୁଇଟି ସମ୍ବନ୍ଧୀୟ ମାମଲା ବିଷୟରେ ଚର୍ଚ୍ଚା କରିଥିଲେ, ଯେଉଁଥିରେ କରାଡଙ୍କୁ ୧ ନମ୍ବର ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ତେବେ ମହାରାଷ୍ଟ୍ରର ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଥିବା ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବା ପରେ ଫଡନଭୀସ୍ କହିଛନ୍ତି ଯେ, କ୍ୟାବିନେଟ୍ ମନ୍ତ୍ରୀ ଥିବା ଧନଞ୍ଜୟ ମୁଣ୍ଡେ ତାଙ୍କ ଇସ୍ତଫାପତ୍ର ଦାଖଲ କରିଥିବା ବେଳେ ସେ (ଫଡନଭୀସ ନିଜେ) ତାଙ୍କ ଏହାକୁ ଗ୍ରହଣ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୯ ତାରିଖରେ ବିଡ୍ ଜିଲ୍ଲା ଅନ୍ତର୍ଗତ ମାସାଜୋଗ ଗାଁର ସରପଞ୍ଚ ସନ୍ତୋଷ ଦେଶମୁଖଙ୍କୁ ପ୍ରଥମେ ଅପହରଣ କରିନିଆଯାଇଥିଲା। ପରେ ତାଙ୍କୁ ବହୁ ନିର୍ଯ୍ୟାତନା ଦିଆଯାଇଥିଲା ଏବଂ ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଜିଲାରେ ଏକ ଶକ୍ତି କମ୍ପାନୀକୁ ଟାର୍ଗେଟ କରି ଜବରଦସ୍ତ କରାଯାଉଥିବା ଟଙ୍କା ଆଦାୟ ବନ୍ଦ କରିବାକୁ ସନ୍ତୋଷ ଦେଶମୁଖ ବିରୋଧ କରିବାରୁ ତାଙ୍କ ସହ ଏସବୁ ଘଟିଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking