19.1 C
Bhubaneswar
Sunday, February 15, 2026
Homeଓଡିଶାଡାକ୍ତରଙ୍କୁ ଦଳିଦେଲା ଦନ୍ତା

ଡାକ୍ତରଙ୍କୁ ଦଳିଦେଲା ଦନ୍ତା

ବାଲେଶ୍ୱର: ହାତୀ ଆକ୍ରମଣରେ ନୀଳଗିରି ଭେଟେନାରୀ ଅଫିସର ଶୁଭାଶିଷ ମହାପାତ୍ର ଗୁରୁତର । ଅସୁସ୍ଥ ହାତୀକୁ ଚିକିତ୍ସା କରି ଫେରିବା ବେଳେ ଅନ୍ୟ ଏକ ହାତୀ ଆକ୍ରମଣରେ ଗୁରୁତର ହେଲେ ବିଭିଓ ଶୁଭାଶିଷ ମହାପାତ୍ର । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କୁଳଡିହା ଅଭୟାରଣ୍ୟର ବାଲିଆନାଳ ଗେଟ୍‌ ନିକଟସ୍ଥ ଋଷିଆ ଡ୍ୟାମ ନିକଟରେ  ଚାଲିଥିଲା ଅସୁସ୍ଥ ହାତୀର ଚିକିତ୍ସା । ସୂଚନା ଅନୁସାରେ, ଏକ ମାଈ ହାତୀ ଅସୁସ୍ଥ ହେବାର ଘଟଣା କୁଳଡିହା ରେଞ୍ଜ ଅଧିକାରୀ ଜାଣିବା ପରେ ଚିକିତ୍ସକ ଶୁଭାଶିଷଙ୍କୁ ଧରି ଅପରାହ୍ଣରେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ଚିକିତ୍ସା ସାରି ଫେରିବା ସମୟରେ ଅନ୍ୟ ଅକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ସେପଟେ ଯେଉଁ ହାତୀକୁ ଚିକିତ୍ସା କରୁଥିଲେ ପଶୁ ଡାକ୍ତର, ତାଙ୍କୁ ମଧ୍ୟ ବିନା ଟ୍ରାଙ୍କୁଲାଇଜରେ ଚିକିତ୍ସା କରାଯାଉଥିବା କୁହାଯାଉଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking