ଭୁବନେଶ୍ୱର: ସୁଭଦ୍ରାକୁ ନେଇ ମେୟର- ବିଧାୟକଙ୍କ ମଧ୍ୟରେ କଥା ତକାତକି ହୋଇଛି। ସୁଭଦ୍ରା ଯୋଜନାକୁ ନେଇ ମେୟର ସୁଲୋଚନା ବିଧାୟକ ବାବୁ ସିଂଙ୍କୁ କଟାକ୍ଷ କରିଛନ୍ତି । କହିଛନ୍ତି, ୫ ହଜାରରେ ମହିଳା କିଭଳି ସଶକ୍ତ ହେବେ ? କେତେ ମହିଳା ସଶକ୍ତ ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମେୟର । ୨ଟି କିସ୍ତିରେ ୧୦ ହଜାର ଟଙ୍କା ପାଉଛନ୍ତି । ଏତିକିରେ କେତେ ମହିଳା ସଶକ୍ତ ହେବେ । ମେୟରଙ୍କ ବକ୍ତବ୍ୟ ପରେ ବିଧାୟକ ବାବୁ ସିଂ ଜବାବ ରଖିଛନ୍ତି । କହିଛନ୍ତି , ୨୪ ବର୍ଷରେ ଯାହା କରିନଥିଲେ ଆମେ କରିଛୁ । ଭୋଟ ବ୍ୟାଙ୍କ ଚାଲି ଯାଉଛି ବୋଲି ଭୟ କରୁଛନ୍ତି। ମହିଳା କୌଣସି ଦଳର ନୁହଁନ୍ତି , ସେମାନେ ଓଡିଶାର। ପୂର୍ବ ସରକାର ସ୍ୱପ୍ନ ଦେଖାଉଥିଲେ ଆମେ ପୂରଣ କରୁଛୁ କହିଛନ୍ତି ବାବୁ ସିଂ ।










