31.1 C
Bhubaneswar
Friday, February 13, 2026
Homeଓଡିଶାନନ୍ଦନକାନନରେ ନୂତନ ପ୍ରାଣୀ ସଂଗ୍ରହ ପାଇଁ ‘ମେସର୍ସ ଗୀତାରାଣୀ ମହାନ୍ତି ଆଇରନ ଓର ମାଇନ୍ସ’ ପକ୍ଷରୁ...

ନନ୍ଦନକାନନରେ ନୂତନ ପ୍ରାଣୀ ସଂଗ୍ରହ ପାଇଁ ‘ମେସର୍ସ ଗୀତାରାଣୀ ମହାନ୍ତି ଆଇରନ ଓର ମାଇନ୍ସ’ ପକ୍ଷରୁ ସହାୟତା ପ୍ରଦାନ

ଭୁବନେଶ୍ୱର:  ନନ୍ଦନକାନନରେ ଜୈବ ବିବିଧତାକୁ ସମୃଦ୍ଧ କରିବା ପାଇଁ ଦେଶ ବିଦେଶର ବିଭିନ୍ନ ଚିଡ଼ିଆଖାନାରୁ ନୂତନ ପ୍ରାଣୀ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହିତ ପୋଷ୍ୟ ପ୍ରାଣୀ କାର୍ଯ୍ୟକ୍ରମ ଜରିଆରେ ନନ୍ଦନକାନନ ପ୍ରାଣୀମାନଙ୍କର ଯତ୍ନ, ପାଳନପୋଷଣ ଏବଂ ଅନ୍ୟ ଚିଡ଼ିଆଖାନା ମାନଙ୍କରୁ ପ୍ରାଣୀ ସଂଗ୍ରହ ପାଇଁ ବିଭିନ୍ନ ଘରୋଇ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସାମିଲ କରାଯାଉଛି। ଏହି କ୍ରମରେ ଆଜି ସୁନ୍ଦରଗଡ଼ର ମେସର୍ସ ଗୀତାରାଣୀ ମହାନ୍ତି ରାଇକେଲା ଆଇରନ ଓର ମାଇନ୍ସ ପକ୍ଷରୁ ମ୍ୟାନେଜିଂ ପାର୍ଟନର ଶ୍ରୀ ଶ୍ରୀନିବାସ ସାହୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ସାକ୍ଷାତ କରି ପ୍ରାଣୀ ସଂଗ୍ରହ ଓ ପାଳନପୋଷଣ ପାଇଁ ୧ କୋଟି ୬୭ ଲକ୍ଷ ୧୭ ହଜାର ୪୦୦ ଟଙ୍କାର ଆର୍ଥିକ ସହାୟତା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ନନ୍ଦନକାନନ ଚିଡିଆଖାନା ପ୍ରକଳ୍ପର Animal Adoption ଆକାଉଣ୍ଟକୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଚେକ୍‌ ଗ୍ରହଣ କରି କହିଥିଲେ ଯେ ନନ୍ଦନକାନନ ଆମ ଓଡିଶାର ଗର୍ବ । ଏହାର ବିକାଶ ପାଇଁ ଅନୁଷ୍ଠାନ ତାର ପ୍ରତିବଦ୍ଧତା ଦର୍ଶାଇଛି। ଏଥିପାଇଁ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଜଣାଉଛି। ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଏଭଳି ସହଯୋଗ ରହିଲେ, ନନ୍ଦନକାନନ ସହିତ ଏହାର ପ୍ରାଣୀସଂପଦର ଉନ୍ନତି ନିଶ୍ଚିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking