22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶରାମ ମନ୍ଦିର ଆତଙ୍କୀ ଆକ୍ରମଣ ଷଡ଼ଯନ୍ତ୍ର!

ରାମ ମନ୍ଦିର ଆତଙ୍କୀ ଆକ୍ରମଣ ଷଡ଼ଯନ୍ତ୍ର!

ଫରିଦାବାଦ: ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରୁଛନ୍ତି। ଗୁଜରାଟ ଏଟିଏସ୍ ଫରିଦାବାଦ ଏସ୍‌ଟିଏଫ ସହାୟତାରେ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଥିବା ସନ୍ଦେହରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧ ବ୍ୟକ୍ତିର ନାମ ଅବଦୁଲ ରେହମାନ। ସେ ୟୁପିର ବାସିନ୍ଦା, ଯାହାକୁ ରବିବାର ଗିରଫ କରାଯାଇଛି। ଗୁଜରାଟ ଏଟିଏସ୍ ସନ୍ଦିଗ୍ଧକୁ ଗୁଜୁରାଟ ନେଇ ପଚରାଉଚରା ଜାରି ରଖିଛି। ତେବେ ତା’ ନିକଟରୁ ଉଗ୍ରବାଦୀ ସାମଗ୍ରୀ ମଧ୍ୟ ଜବତ କରାଯାଇଛି, ଯାହା ଆତଙ୍କବାଦୀ କାର୍ଯ୍ୟକଳାପକୁ ନିଶ୍ଚିତ କରୁଛି। ଅବଦୁଲ ରେହମାନ ଏଟିଏସ୍ ଅଧିକାରୀଙ୍କୁ ଦେଇଥିବା ସୂଚନାନୁସାରେ ସେ ଆଇଏସଆଇ ସହ ଯୋଗାଯୋଗରେ ଥିଲା।। ସେ ଫୈଜାବାଦରେ ଏକ ମଟନ ଦୋକାନ ଚଳାଉଥିଲା ଏବଂ ଅଟୋ ଡ୍ରାଇଭର ଭାବରେ ମଧ୍ୟ କାମ କରୁଥିଲା । ଏହି ଷଡ଼ଯନ୍ତ୍ରର ଏକ ଅଂଶ ଭାବରେ ସେ ଅନେକ ଥର ଅଯୋଧ୍ୟାର ରାମ ମନ୍ଦିରର ରେକି କରିଥିଲା ଏବଂ ସମସ୍ତ ସୂଚନା ପାକିସ୍ତାନ ଆଇଏସଆଇକୁ ବାଣ୍ଟିଥିଲା। ଫୈଜାବାଦରୁ ଟ୍ରେନ୍ ଯୋଗେ ଅବଦୁଲ ଫରିଦାବାଦରେ ପହଞ୍ଚି ଜଣେ ହ୍ୟାଣ୍ଡଲର ଠାରୁ ହ୍ୟାଣ୍ଡଗ୍ରେନେଡ୍ ନେଇଥିଲା, ଯାହା ପରେ ସେ ଅଯୋଧ୍ୟା ଫେରିବାକୁ ପ୍ରସ୍ତୁତ ହେଉଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking