15.1 C
Bhubaneswar
Wednesday, December 24, 2025
Homeଓଡିଶାପିପୁଲସ୍‌ ସିଏମ୍‌’ ଗୀତ ଉନ୍ମାଚନ କଲେ ମୁଖ୍ୟମନ୍ତ୍ରୀ

ପିପୁଲସ୍‌ ସିଏମ୍‌’ ଗୀତ ଉନ୍ମାଚନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଫ୍ୟାନ ସଙ୍ଗ୍‌ ମୁକ୍ତିଲାଭ କରିଛିl ‘ପିପୁଲସ୍‌ ସିଏମ ମୋହନ’ ଶୀର୍ଷକ ଏହି ଗୀତକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି।

ଆଜି ରାଇକଳାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଧାୟକ ଧର୍ମଶାଳା ଶ୍ରୀ ହିଂମାଂଶୁ ଶେଖର ସାହୁ, ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ବିଧାୟକ ପାଟଣା ଶ୍ରୀ ଅଖିଳ ଚନ୍ଦ୍ର ନା‌ଏକ , ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଡାକ୍ତର ପ୍ରିୟଙ୍କା ମାର୍ଣ୍ଡି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମା ନାସମଣୀ ମାଝି, ଶିକ୍ଷାବିତ ଦୀନବନ୍ଧୁ ବାରିକ , ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚ୍ଚିତା , ବରିଷ୍ଠ ବିଜେପି ନେତା ଗୌତମ ରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଗୀତକୁ ଗୀତିକାର ସୁବ୍ରତ ସ୍ୱାଇଁ ଲେଖିଥିବା ବେଳେ ପ୍ରଖ୍ୟାତ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ ସଂଗୀତ ନିର୍ଦ୍ଦେଶନା ଏବଂ ହ୍ୟୁମାନ ସାଗର କଣ୍ଠଦାନ କରିଛନ୍ତି l ଯୁଗଜ୍ୟୋତି କ୍ଲବ ଦ୍ବାରା ପ୍ରସ୍ତୁତ ଏହି ଗୀତକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରି କହିଥିଲେ, ବିଭିନ୍ନ ସମୟରେ ଅନେକ ରାଜନୈତିକ ବ୍ୟକ୍ତିଙ୍କ ସଂପର୍କରେ ପ୍ରଶଂସାମୂଳକ ସଂଗୀତ ସୃଷ୍ଟି ହୋଇଥାଏ। ମାତ୍ର ଏହି ସଂଗୀତ ରାଜ୍ୟ ସରକାରଙ୍କ ଅନେକ ସଫଳ ଯୋଜନାକୁ ଅଗ୍ରାଧିକାର ଦେଇ ପ୍ରସ୍ତୁତ ହୋଇଛି। ଯାହା ଶ୍ରୋତା ମାନଙ୍କୁ ଭଲ ଲାଗିବା ସହିତ ଓଡ଼ିଶା ବାସୀଙ୍କୁ ସରକାରଙ୍କ ସଫଳ ଯୋଜନାଗୁଡିକ ପହଂଚାଇବାରେ ସହାୟକ ହେବ ବୋଲି ସେ କହିଥିଲେ। ଏହି ଗୀତ ଉନ୍ମୋଚନ ବେଳେ ଗୀତିକାର ସୁବ୍ରତ ସ୍ବାଇଁ, ଆଇଜି ବ୍ରିଜେଶ ରାୟ, ଜିଲ୍ଲାପାଳ ଶ୍ରୀ ବିଶାଳ ସିଂ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଳକର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking